fbpx

ରେଲୱେର ବଡ଼ କାର୍ଯ୍ୟାନୁଷ୍ଠାନ: ୧୯ ବେପରୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ: ମାତ୍ର ଗୋଟିଏ ଦିନରେ ପ୍ରଥମ ଶ୍ରେଣୀର ୧୯ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ରେଲୱେ ବୋର୍ଡ । କାମର ସମୀକ୍ଷା ପରେ ଅନେକ ଅଧିକାରୀ ଅକ୍ଷମ ଥିବା ଜଣାପଡିଥିଲା ଓ ତାଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲା । ଏହା ପୂର୍ବରୁ ୭୫ ଅଧିକାରୀଙ୍କୁ ଭିଆରଏସ ଦେଇସାରିଛି ବୋର୍ଡ ।

ରେଲୱେ ସୂତ୍ରରୁ ଯେଉଁମାନଙ୍କୁ ଭିଆରଏସ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଇଲେକ୍ଟ୍ରିକାଲ, ପର୍ସନାଲ, ମେକାନିକାଲ, ଷ୍ଟୋର, ସିଭିଲ୍ ଇଞ୍ଜିନିୟର ଓ ଟ୍ରାଫିକ୍ ସର୍ଭିସର ବରିଷ୍ଠ ଅଧିକାରୀ ସାମିଲ୍ ଅଛନ୍ତି । ଏଥିରେ ରେଲୱେ ବୋର୍ଡର ୨ ଜଣ ସଚିବ ସ୍ତରୀୟ ଅଧିକାରୀ ଓ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜର ସାମିଲ ଅଛନ୍ତି ।

ତେବେ ଜୁଲାଇ ୨୦୨୧ରୁ ଭାରତୀୟ ରେଲୱେ ଅଧିକାରୀଙ୍କୁ ଭିଆରଏସ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ଜୁଲାଇ ୨୦୨୧ରେ ୯ ଅଧିକାରୀ, ଅଗଷ୍ଟରେ ୬, ସେପ୍ଟେମ୍ବରରେ ୪, ଅକ୍ଟୋବରରେ ୭, ନଭେମ୍ବରରେ ୯ ଓ ଡିସେମ୍ବରରେ ୬ ଅଧିକାରୀଙ୍କ ଚାକିରିରୁ ବିଦା କରାଯାଇଛି । ନୂଆବର୍ଷରେ ଜାନୁଆରୀ ୨୦୨୨ରେ ୧୧, ଫେବ୍ରୁଆରୀରେ ୮, ମାର୍ଚ୍ଚରେ ୭, ଏପ୍ରିଲରେ ୫ ଓ ୧୦ ମେ’ରେ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.