fbpx
BJD SKY
BJD SKY

ଉତ୍ତର କୋରିଆରେ ଲକଡାଉନ ଲଗାଇଲେ କିମ୍ ଜୋଙ୍ଗ ଉନ୍, ଜାଣନ୍ତୁ କ’ଣ କାରଣ…

BJD

ଦେଶରେ ପ୍ରଥମ କରୋନା ଭାଇରାସ ସଂକ୍ରମଣ ମାମଲା ଦେଖାଯିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶବ୍ୟାପୀ ଲକଡାଉନ ଲଗାଇଛନ୍ତି । କିମ୍ ଏହାକୁ ରାଷ୍ଟ୍ରୀୟ ଇମରଜେନ୍ସୀ କହିଛନ୍ତି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଏହାକୁ ରୋକିବା ପାଇଁ ଅଧିକାରୀଙ୍କୁ କଠୋର ନିୟମ ଲାଗୁକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀର ପ୍ରାରମ୍ଭିକ ଦୁଇ ବର୍ଷ ପରେ ପ୍ୟୋଙ୍ଗୟାଙ୍ଗ ରେ ପ୍ରଥମ କରୋନା ସଂକ୍ରମିତ ଦେଖାଯାଇଛି । ଫଳରେ କରୋନାକୁ ନେଇ କଠୋର ନିୟମ ଘୋଷଣା କରାଯାଇଛି ।

କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସୀ କହିଛି ଯେ ଗୁରୁବାର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ କିଛି ଲୋକଙ୍କର କୋଭିଡ ଟେଷ୍ଟ ହୋଇଥିଲା, ଯେଉଁଥିରେ ଜଣେ କରୋନା ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରୋଗୀଙ୍କୁ ଆଇସୋଲେଟ କରାଯାଇଛି । ଏହା ସହ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଅନିଶ୍ଚିତକାଳ ପର୍ଯ୍ୟନ୍ତ ଲକଡାଉନ ଲଗାଯାଇଛି । ଏଜେନ୍ସୀ କହିଛି ଯେ କରୋନା ମାମଲା ସାମ୍ନାକୁ ଆସିବା ପରେ କିମ ଜୋଙ୍ଗ ଉନ ଏକ ବୈଠକ ଡକାଇଥିଲେ ଏବଂ କରୋନାର ଆଣ୍ଟି ଭାଇରସ ଉପାୟକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ମିଟିଂ ସମୟରେ କିମ ଜୋଙ୍ଗ ଉନ ଅଧିକାରୀଙ୍କୁ କରୋନା ସଂକ୍ରମଣ ସ୍ଥିର କରିବା ଏବଂ ସଂକ୍ରମଣ ସ୍ରୋତକୁ ଶେଷ କରିବାକୁ ଆଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମହାମାରୀର ଆରମ୍ଭରୁ ଯେତେବେଳେ ସବୁ ଦେଶ କରୋନା ଭାଇରସ ସହ ଜୁଝୁଥିଲେ, ସେତେବେଳେ ଉତ୍ତର କୋରିଆ ନିଜ ଦେଶରେ ଜିରୋ କୋଭିଡ ମାମଲାର ତଥ୍ୟ ଦେଇଥିଲା । କରୋନା ଭାଇରସକୁ ରୋକିବା ପାଇଁ ଊତ୍ତର କୋରିଆ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଆଉ ପ୍ରତିବନ୍ଧକ ଯୋଗୁଁ ସେଠାରେ ଖାଦ୍ୟାଭାବ ନେଇ ମଧ୍ୟ ଖବର ଆସିଥିଲା । ଜାନୁଆରୀ ୨୦୨୦ ରେ ଉତ୍ତର କୋରିଆ ଚୀନ ସହ ସଂଲଗ୍ନ ନିଜର ସବୁ ସୀମାକୁ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖିଥିଲା ।

Get real time updates directly on you device, subscribe now.