fbpx

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଲାଗି ଦୀପାବଳି ବୋନସ୍ ଘୋଷଣା କଲେ ରାଜ୍ୟ ସରକାର, ବର୍ଦ୍ଧିତ ଦରରେ ମିଳିବ ବି ମହଙ୍ଗା ଭତ୍ତା

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୋଗୀ ସରକାର ତାଙ୍କ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ସରକାର ଦୀପାବଳି ପୂର୍ବରୁ ବୋନସ୍ ଓ ମହଙ୍ଗା ଭତ୍ତା ଘୋଷଣା କରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟ ସରକାର କର୍ମଚାରୀଙ୍କୁ ଦୀପାବଳି ଉପହାର ରୂପରେ ବୋନସ୍ ଦେଇଛନ୍ତି । ବୋନସ୍ ଆକାରରେ ସମସ୍ତ କର୍ମଚାରୀଙ୍କୁ ୬,୯୦୮ ଟଙ୍କା ମିଳିବ । ଏହା ବ୍ୟତିତ ୪% ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରାଯିବ । ଏହାର ଲାଭ ପ୍ରଦେଶର ୧୪ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ମିଳିବ ।

ମିଳିଥିବା ସୂଚନା ଅନୁସାରେ ଯୋଗୀ ସରକାର ସମସ୍ତ ଅଣଗେଜେଟେଡ୍ କର୍ମଚାରୀଙ୍କୁ ବୋନସ୍ ଓ ସମସ୍ତ ରାଜ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ବର୍ଦ୍ଧିତ ଦରରେ ମହଙ୍ଗା ଭତ୍ତା ପ୍ରଦାନ କରିବେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ଭଣ୍ଡାର ଉପରେ ପ୍ରତିମାସରେ ପ୍ରାୟ ୩୦୦କୋଟି ଟଙ୍କାର ବୋଝ ପଡିବ । ବୋନସ୍ ଅର୍ଥ ସର୍ବାଧିକ ୭,୦୦୦ଟଙ୍କା ହୋଇପାରେ । ଏଠାରେ ସୂଚାଇ ଦିଆଯାଇପାରେ କି କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ୪% ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏବେ ଯୋଗୀ ସରକାର ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏହି ବୃଦ୍ଧିର ଲାଭ ୧୦ ଲକ୍ଷ ରାଜ୍ୟ କର୍ମଚାରୀ, ୮ ଲକ୍ଷ ଶିକ୍ଷକ ଓ ପେନସନଭୋଗୀ ପାଇବେ ।

Get real time updates directly on you device, subscribe now.