fbpx

ଆସିଲା ନଭେମ୍ୱର ଗାଇଡ୍‌ଲାଇନ, ଆଜି-କାଲି ମଧ୍ୟରେ ଜାରି ହେବ ବାଣ ଫୁଟାଇବା ପାଇଁ ଏସ୍‌ଓପି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ରବିବାର ନଭେମ୍ୱର ମାସ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ତେବେ ବାଣ ଫୁଟାଇବା ସମ୍ପର୍କିତ ଗାଇଡଲାଇନ ପୃଥକ ଭାବେ ଜାରି ହେବ ବୋଲି ଘୋଷଣା କରାଯାଇଛି । ଗୁରୁବାର ଦିପାବଳୀ  ବା କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡ୍‌ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି ।

ନଭେମ୍ବର ୧ ତାରିଖ ଭୋର ୫ଟାରୁ ଡିସେମ୍ବର ୧ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଏହି ଗାଇଡ୍‌ଲାଇନ୍‌ ବଳବତ୍ତର ରହିବ । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ୍‌ କର୍ଫ୍ୟୁ ବା ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ସମସ୍ତ ଜରୁରି ସେବା ଜାରି ରହିବ । ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିାରିବ । ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଜାରି କରାଯାଇ ନାହିଁ । ଅନ୍‌ଲକ୍‌ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ୍‌ ଖୋଲା ରହିବ ।

ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ତାରିଖର ଗାଇଡଲାଇନ୍‌ର ଅନୁପାଳନ କରାଯିବ । ଜିଲ୍ଲାପାଳ ଓ ମ୍ୟୁନିସିାଲ କମିଶନର ନିଜ ଅଞ୍ଚଳରେ ଏନେଇ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.