fbpx

DJ ବାଜିବ, ପୂଜା ଜମିବ… ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ: କିନ୍ତୁ…

କଟକ: ପାର୍ବଣ ଋତୁକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଖୁସି ଖବର । ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ମିଳିବା ପରେ ପାର୍ବଣର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏଣିକି କଟକ ସହରରେ ପୂଜାର ଆସର ଆହୁରି ଜମିବ ବୋଲି କୁହାଯାଉଛି ।

କଟକ ସହର ଜନସ୍ୱାର୍ତ ମାମଲାରେ ବଡ଼ ନିର୍ଦ୍ଦେଶ ମିଳିସାରିଛି । ପାର୍ବଣ ଋତୁରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରକି ଡିଜେ ବଜାଇବାକୁ ନ୍ୟାୟାଳୟ ରାଜି ହୋଇଛନ୍ତି । ପାର୍ବଣ ସମୟରେ ୬୫ ଡେସିବେଲ ମଧ୍ୟରେ ଡିଜେ ବଜାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬୫ ଡେସିବେଲ ଉପରେ ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାବ୍ୟତୀତ ରାସ୍ତାଘାଟ ମରାମତି ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ପୂଜା ପୂର୍ବରୁ ଆସନ୍ତା ୭ ଦିନ ମଧ୍ୟ ରାସ୍ତାଘାଟଠ ଚକାଚକ କରିବାକୁ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି ରାସ୍ତା ଉପରେ ତୋରଣ ନିର୍ମାଣ କରିବାକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିବା ସହ ଧନଜୀବନ ସୁରକ୍ଷିତ ରହିବା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମାନ୍ୟବା ଅଦାଲତ ।

ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ପୂଜା ପ୍ରସ୍ତୁତିକୁ ନେଇ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି । ରାଜଧାନୀର ସମସ୍ତ ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରଖିବା ସହ ଦିନକୁ ୨ ଥର ଅଳିଆ ଗାଡ଼ି ସେଠାକୁ ଯାଇ ଆବର୍ଜନା ସଂଗ୍ରହ କରିବ । ତେବେ ପୂଜା ପେଣ୍ଡାଲକୁ ଜୈବିକ ପଦ୍ଧତିରେ କରାଯିବା ସହିତ ପେଣ୍ଡାଲ ନିକଟରେ ସୂଚନା କେନ୍ଦ୍ର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ରାସ୍ତା କାମ ହୋଇ ପାରି ନଥିଲା । ତେଣୁ ବର୍ଷା ଛାଡ଼ିବା ପରେ କାଲିଠାରୁ ରାସ୍ତା କାମ ଆରମ୍ଭ ହୋଇଥିବା ପ୍ରକାଶ କରିଛନ୍ତି ଭୁବନେଶ୍ୱରର ମେୟର ।

Get real time updates directly on you device, subscribe now.