fbpx

ଏହି ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ କାକୁଡି: ହୋଇଥାଏ ଏହି ସବୁ ସମସ୍ୟା

Advertisement

ଆମେ ସୁସ୍ଥ ରହିବା ପାଇଁ ଏବଂ ଫିଟ୍ ରହିବା ପାଇଁ ଅନେକ ପ୍ରକାର ସୁସମ ଖାଦ୍ୟ ଖାଇବା ସହ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଇଥାଉ । ସେହିପରି ମୋଟାପଣ କମାଇବା ପାଇଁ ଏବଂ ଶରୀରରେ ଜଳୀୟ ଅଶଂ ନ କମିବା ପାଇଁ ଆମେ ପ୍ରାୟତଃ କାକୁଡି ଖାଇଥାନ୍ତି । ତେବେ ଏଥିରେ ଭିଟାମିନ ଓ ମିନେରାଲନ୍ସ ପରି ଅନେକ ପୋଷକ ତତ୍ତ୍ୱ ଆଦି ଭରପୁର ମାତ୍ରାରେ ରହିଥାଏ । ଯାହା ଆମକୁ ଫିଟ୍ ରଖିଥାଏ । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ କାକୁଡି ଖାଇବା ସମୟରେ କିଛି ଭୁଲ କରିବସନ୍ତି । ଫଳରେ ଏହା ତାଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସମୟରେ କାକୁଡି ଖାିବା ଉଚିତ୍ ନୁହେଁ ଏବଂ ଏହାକୁ ଖାଇବା ଦ୍ୱାରା କଣ ସମସ୍ୟା ସୃଷ୍ଟି ହୋଇଥାଏ ।

ରାତି ସମୟରେ ଖାଆନ୍ତୁ ନାହିଁ କାକୁଡି: ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ରାତି ସମୟରେ କାକୁଡି ଖାଇବା ଉଚିତ୍ ନୁହେଁ । କାରଣ ଏହା ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ଫଳରେ ଆମେ କିଛି ରୋଗର ସମ୍ମୁଖୀନ ହୋଇଥାନ୍ତି । ତେବେ ରାତିରେ କାକୁଡି ଖାଇବା ଦ୍ୱାରା ଏହି ସମସ୍ୟା ହୋଇଥାଏ ।

ଡାଇଜେସନରେ ଅସୁବିଧା: କାକୁଡିରେ କୁକୁରବିଟାସିନ୍ ନାମକ ଏକ ତତ୍ତ୍ୱ ରହିଥାଏ । ଯାହାକୁ ସେତେବେଳେ ନଷ୍ଟ କରାଯାଇ ପାରିବ ବା ହଜମ କରିହେବ ଯେତେବେଳେ ଆମ ହଜମ ପ୍ରକ୍ରିୟା ସଠିକ୍ ରୂପେ କାର୍ଯ୍ୟ କରୁଥିବ । ନଚେତ୍ ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ରାତିରେ କାକୁଡି ଖାଇବା ଦ୍ୱାରା ଏହା ଆମ ଶରୀର ଏବଂ ହଜମ ପ୍ରକ୍ରିୟା ପାଇଁ ଅଧିକ ହୋଇଯାଇଥାଏ । ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।

ନିଦ ଉପରେ ପ୍ରଭାବ ପକାଇଥାଏ: ରାତିରେ କାକୁଡି ଖାଇବା ଦ୍ୱାରା ଏହା ଆମ ନିଦ ଉପରେ ପ୍ରଭାବ ପକାଇଥାଏ । ଫଳରେ ଆମ ଶରୀରରେ ସମସ୍ୟା ଦେଖାଦେଇଥାଏ । ତେବେ ରାତିର କୋକୁଡି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଫଳରେ ଆମକୁ ଠିକରେ ନିଦ ହୋଇ ନଥାଏ । ତେବେ କାକୁଡିରେ ପ୍ରଚୁର ପରିମାଣରେ ମିନେରାଲ ରହିଥାଏ । ଯାହା ରାତିରେ ୟୁରିନରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଫଳରେଏହା ଦ୍ୱାରା ମଧ୍ୟ ଆମ ନଦ ଖ୍ରାପ ହୋଇଥାଏ । ତେଣୁ ରାତିରେ କାକୁଡି ଖାଇବା ଉଚିତ୍ ନୁହେଁ ।

ଦିନରେ ଖାଇପାରିବେ କାକୁଡି: ପ୍ରାୟତଃ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦିନରେ କାକୁଡି ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏହା ଆମ ଶରୀର ପାଇଁ ଅନେକ ପ୍ରକାର ଫାଇଦା ଦେଇଥାଏ । କାକୁଡି ଖାଇବା ଦ୍ୱାରା ଓଜନ କମ ହେବା ସହିତ ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ । ଏଥିସହିତ ଏହା କ୍ୟାନସର ପରି ମାରାତ୍ମକ ରୋଗରୁ ରକ୍ଷା କରିବା ସହ ହାଡ ମଜୁବୁତ କରିଥାଏ ।

Get real time updates directly on you device, subscribe now.