fbpx

Team Indiaରେ ମିଳିଲାନି ଚାନ୍ସ: ଏବେ ଅନ୍ୟ ଦଳ ତରଫରୁ ଖେଳିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଟେଷ୍ଟ ପ୍ଲେୟର ଏବେ ଦଳ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଏହି ଖେଳାଳି । ଭାରତୀୟ ଦଳରେ ସୁଯୋଗ ନ ମିଳିବାରୁ ସେ ଏବେ ଆଉ ଏକ ଦଳ ତରଫରୁ ଖେଳିବେ ବୋଲି ଏହି ପୋଷ୍ଟରେ ସୂଚନା ଦେଇଛନ୍ତି । ତେବେ କେଉଁ ଦଳରେ ସେ ଯୋଗ ଦେବାକୁ ଯାଉଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ଏହି ଭାରତୀୟ ଖେଳାଳି । ତେବେ ଏହି ଖେଳାଳିଜଣକ ହେଉଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ।

୩୪ ବର୍ଷରେ ପହଞ୍ଚିଥିବା ପୂଜାରା ଏକ ପୋଷ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ଏହା କୌଣସି ଦେଶ କିମ୍ବା କୌଣସି ବିଦେଶୀ ଲିଗ ନା କିଛି ବିଜ୍ଞାପନ, ସେ ନେଇ କିଛି ବି ଉଲ୍ଲେଖ କରିଛନ୍ତିି । ନିଜ ଜର୍ସିର ଏକ ଫଟୋ ସେୟାର କରିଛନ୍ତି ଚେତେଶ୍ୱର ପୂଜାରା । ନିକଟରେ ସସେକ୍ସ ପାଇଁ ଲିଷ୍ଟ ଏ କ୍ରିକେଟ ଖେଳିଥିଲେ ଏବଂ ରୋୟଲ ଲଣ୍ଡନ ଦିନିକିଆ କପରେ ମଧ୍ୟ ପୂଜାରା ଜବରଦସ୍ତ ପ୍ରଦର୍ଶନ କରିଥିଲେ । ତେବେ ଏହି ଫଟୋ ସେୟାର କରି ପୂଜାରା ଆଉ ଏକ ନୂଆ ଟିମ ତରଫରୁ ଖେଳିବାକୁ ଯାଉଥିବା ଲେଖିଛନ୍ତି । ତେବେ କ୍ୟାପ୍ସନରେ ‘ସରପ୍ରାଇଜ’ ବୋଲି ଲେଖି ସମସ୍ତଙ୍କୁ ସସପେନ୍ସରେ ରଖି ଦେଇଛନ୍ତି ଷ୍ଟାର ଖେଳାଳି ।

ଏକ ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, ଏକ ନୂଆ ପାଳିର ଆରମ୍ଭ କରି ଖୁବ ଉତ୍ସାହିତ ଲାଗୁଛି । ଆପଣ ଏହି ନୂଆ ଟିମର ନାଁ କହିପାରିବେ କି? ଅଧିକ ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ ବୋଲି ସେ ଲେଖିଛନ୍ତି । ତେବେ ହାସଟ୍ୟାଗରେ New Team ଏବଂ Surprise ମଧ୍ୟ ଲେଖିଛନ୍ତି । ତେବେ ଏହି ପୋଷ୍ଟ ଅପଲୋଡ ହେବା ପରେ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରି ସାରିଲେଣି । ତେବେ ଏହାର ଖୁଲାସା ଆସନ୍ତା ୧୦ ତାରିଖ ହେବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.