fbpx

ଏବେଠୁ ହୁଅ ସାବଧାନ! ତକିଆ ଯୋଗୁଁ ହୋଇପାରେ ଏହି ରୋଗ

Advertisement

ପ୍ରାୟତଃ ଅନେକ ଲୋକଙ୍କୁ ଶୋଇବା ବେଳେ ତକିଆ ଦେବାର ଅଭ୍ୟାସ ରହିଛି । ବିନା ତକିଆରେ ସେମାନଙ୍କୁ ନିଦ ଲାଗିନଥାଏ । କିନ୍ତୁ ଏହା ଯେତେ ଆରାମଦାୟକ ଲାଗିଥାଏ ସେତେ ହାନିକାରକ ହୋଇଥାଏ। ଏହା କେତେକ ରୋଗର କାରଣ ହୋଇପାରେ। ଅଧିକାଂଶ ସମୟରେ ଆମେ ଏହା ଭାବିଥାଉ ଯେ ତକିଆ ଏତେ ଶୀଘ୍ର ଖରାପ ନ ହେଉଥିବା କାରଣରୁ ଆମେ ତକିଆ ବହୁତ ବର୍ଷ ଯାଏଁ ବ୍ୟବହାର କରୁ। ଏପରି କରିବା ଅନୁଚିତ୍ କାରଣ ତକିଆର ମଧ୍ୟ ଏକ୍ସପାଏରୀ ଡେଟ୍ ହୋଇଥାଏ। ଏହା ପରେ ଏହାକୁ ବଦଳାଇ ଦେବା ଉଚିତ୍ ନଚେତ୍ ଏହା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ କରିପାରେ।

ଯେତେବେଳେ ଆମକୁ ଥଣ୍ଡା କାଶ ଭଳି ରୋଗ ହୋଇଥାଏ ଏବଂ ସେତେବେଳେ ବି ଆମେ ସେହି ତକିଆ ବ୍ୟବହାର କରିଥାଉ ତେବେ ଆମ ନିଃଶ୍ବାସ ଏବଂ ନାକରୁ ବାହାରୁଥିବା ପାଣି ଏବଂ ମୁହଁରୁ ବାହାରୁଥିବା ଲାଳ ଆମ ତକିଆରେ ଲାଗି ଯାଇଥାଏ ଏବଂ ତକିଆ ଏଗୁଡ଼ିକ ଶୋଷି ନେଇଥାଏ ଯାହା ଦ୍ବାରା ରୋଗ ସୃଷ୍ଟି କରୁଥିବା ଜୀବାଣୁ ଉତ୍ପନ୍ନ ହୋଇଥାଏ ଏବଂ ଆମକୁ ରୋଗଗ୍ରସ୍ତ କରିଥାଏ। ଏହା ସହ ଯଦି ଆପଣଙ୍କ ତ୍ବଚାରେ ବାରମ୍ବାର ବ୍ରଣ ହେଉଛି ତେବେ ଆପଣ ନିଜ ତକିଆ ବଦଳାଇ ଦିଅନ୍ତୁ କାରଣ ଏହାର କାରଣ ସେହି ତକିଆ ହୋଇପାରେ। ଯଦି ଆମେ ଦୀର୍ଘ ଦିନରୁ ସେହି ତକିଆ ବ୍ୟବହାର କରି ଆସୁଥିବା ତେବେ ଧୀରେ ଧୀରେ ଏହା ଦବି ଯାଇଥାଏ ଏବଂ ଭିତ​ରେ ଥିବା ଫାଇବରର ଅବସ୍ଥା ବଦଳି ଯାଇଥାଏ। ଏପରି କ୍ଷେତ୍ରରେ ଆମ ଗାଲର ତ୍ବଚାର ଶ୍ବାସ ସମସ୍ୟା ହୋଇଥାଏ।

ତକିଆ ଭିତରେ ଜୀବାଣୁ ଦ୍ବାରା ଆମକୁ ଥଣ୍ଡା-କାଶ ବ୍ୟତୀତ କଫ ଏବଂ ଜ୍ବର ସମସ୍ୟା ହୋଇପାରେ। ଏହା ବ୍ୟତୀତ ତଣ୍ଟି ବିନ୍ଧିବା ଏବଂ କାନ୍ଧରେ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ। ଏଥିପାଇଁ ଭଲ ହେବ ତକିଆକୁ ଖରାରେ ଶୁଖାଇବେ,କାରଣ ଏହା ଦ୍ବାରା ତକିଆ ଭିତରେ ଉତ୍ପନ୍ନ ହୋଇଥିବା ଜୀବାଣୁ ମରିଯିବେ। ଏହା ସହିତ କଭରକୁ ଅତି କମରେ ମାସକୁ ୪ଥର ବଦଳିବେ,ଯାହା ଦ୍ବାରା ଜୀବାଣୁ ଉତ୍ପନ୍ନ ହୋଇପାରିବେ ନାହିଁ। ଆହୁରି ଭଲ ହେବ ପ୍ରତି ୧୦-୧୨ମାସରେ ନିଜ ତକିଆ ବଦଳି ଦିଅନ୍ତୁ। ଏହା ଦ୍ଵାରା ଆପଣ ଅନେକ ସମସ୍ୟାରୁ ବର୍ତ୍ତିଯିବେ ।

Get real time updates directly on you device, subscribe now.