fbpx

ଏହି ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଗ୍ରୀନ ମଟର; ନଚେତ୍ ଯାଇପାରନ୍ତି ମେଡିକାଲ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । ଏଥିସହିତ ସୁଷମ ଏବଂ ପୃଷ୍ଟିକର ଖାଦ୍ୟ ମଧ୍ୟ ସେବନ କରନ୍ତି । ଯେଉଁଥିରେ ସବୁଜ ପନିପରିବା ସହସ ଗ୍ରୀନ୍ ମଟର ମଧ୍ୟ ସାମିଲ ରହିଛି । କାରଣ ଗ୍ରୀନ୍ ମଟରରୋ ପ୍ରୋଟିନ୍ ,ଭିଟାମିନ-ଡି ଏବଂ ଫାଇବର ଆଦି ପ୍ରଚୁର ପରିମାଣରେ ରହିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ମଧ୍ୟ ଯୋଗାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଗ୍ରୀନ୍ ମଟର ସେବନ କରିବାକୁ ବାରଣ କରାଯାଏ । ଏପରି କି ଯଦି ସେହି ବ୍ୟକ୍ତିମାନେ ଗ୍ରୀନ୍ ମଟର ସେବନ କରନ୍ତି ତେବେ ସେମାନଙ୍କୁ ହସ୍ପିଟାଲ୍ ମଧ୍ୟ ଯିବାକୁ ପଡିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନଙ୍କୁ ବାରଣ ଗ୍ରୀନ୍ ମଟର ।

ଏସିଡିଟି ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କର ଏସିଡିଟି କିମ୍ବା ପେଟ ଜନିତ ସମସ୍ୟା ରହିଛି, ସେମାନେ ଭୁଲରେ ବି ଗ୍ରୀନ୍ ମଟର ସେବନ କରନ୍ତୁ ନାହିଁ । କାରଣ ଗ୍ରୀନ୍ ମଟରରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହା ସହଜରେ ହଜମ ହୁଏ ନାହିଁ । ଫଳରେ ଏହା ପେଟ ଜନିତ ସମସ୍ୟାକୁ ଅଧିକ ବଢାଇଦିଏ । ଏପରି କି ଏଥିପାଇଁ ଆପଣଙ୍କୁ ହସ୍ପିଟାଲ୍ ମଧ୍ୟ ଯିବାକୁ ପଡିପାରେ । ତେଣୁ ଏସିଡିଟି କିମ୍ବା ପେଟ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଗ୍ରୀନ୍ ମଟର ସେବନ କରନ୍ତୁ ନାହିଁ ।

କିଡନୀ ସମସ୍ୟା: ଗ୍ରୀନ୍ ମଟରରେ ପ୍ରଚୁର ପରିାଣରେ ପ୍ରୋଟିନ ରହିଥାଏ । ଯାହାକି କିଡନୀ ସଂକ୍ରମଣକୁ ବୃଦ୍ଧି କରିବାରେ ସାହାଯ୍ୟକରେ । ତେଣୁ କିଡନୀ ରୋଗରେ ପିଡିତ ଥିବା ବ୍ୟକ୍ତିମାନେ ଏହାକୁ ସେବନ କରିବା ଉଚିତ୍ ନୁହେଁ । ଯଦି ବି ଗ୍ରୀନ୍ ମଟର ସେବନ କରୁଛନ୍ତି ତେବେ ସ୍ୱଳ୍ପମାତ୍ରାରେ ସେବନ କରିବା ଉଚିତ୍ । ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଓଜନ ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗ୍ରୀନ୍ ମଟରରେ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ରହିଥାଏ । ଯାହାକି ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ । ତେଣୁ ଯେଉଁ ବ୍ୟକ୍ତିମାନଙ୍କର ଓଜନବୃଦ୍ଧି ବା ମେଦବହୁଳତା ସମସ୍ୟା ରହିଛି, ସେମାନେ ଗ୍ରୀନ୍ ମଟର ସେବନ କରିବା ଅନୁଚିତ୍ ।

ୟୁରିକ୍ ଏସିଡ୍: ଗ୍ରୀନ୍ ମଟରରେ ପ୍ରୋଟିନ୍, ଆମିନୋ ଏସିଡ୍, ଭିଟାମିନ୍-ଡି ଏବଂ ଫାଇବର ଆଦି ଭରପୁର ମାତ୍ରାରେ ରହଥାଏ । ତେଣୁ ଏହାକୁ ସେବନ କରିବା ଦ୍ୱାରା ଏହା ଶରୀରରେ ୟୁରିକ୍ ଏସିଡର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ ହାଇ ୟୁରିକ୍ ଏସିଡରେ ପିଡିତ ଥିବା ବ୍ୟକ୍ତିମାନେ ଗ୍ରୀନ୍ ମଟର ସେବନ କରିବା ଉଚିତ୍ ନୁହେଁ ।

 

Get real time updates directly on you device, subscribe now.