fbpx

(Video) ସତ ହେବ ମାଳିକା ବଚନ! ୨୦୨୪ରେ ସମୁଦ୍ର ଗର୍ଭରେ ବୁଡିଯିବ ଓଡିଶା: ବାଇଶି ପାହାଚେ ଖେଳିବ ମୀନ 

ଓଡ଼ିଶା ଭାସ୍କର: ୨୨ ପାହାଚେ ଖେଳିବ ମୀନ, ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ । ପୃଥିବୀ ଧ୍ୱଂସ ହେବା ନେଇ ବାରମ୍ବାର ସଂକେତ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ସାରା ଜୀବଜଗତ ପ୍ରତି ଘୋଟି ଆସୁଛି ବଡ଼ ବିପଦ । ଆଉ ଦିନ କେଇଟା ପରେ ହେବାକୁ ଆରମ୍ଭ ହୋଇଯିବ ୨୦୨୪ ମସିହା  । ଏହି ନୂଆବର୍ଷରେ ବଡ଼ ବିପଦ ଥିବା ନେଇ ସୂଚନା ମିଳିଥିବା ବେଳେ ଶତାବ୍ଦୀର ଶେଷରେ ସବୁକିଛି ଜଳମଗ୍ନ ହୋଇଯିବା ନେଇ ମାଳିକା ପୂର୍ବ ସଙ୍କେତ ଦେଉଛି । ଯାହାକି ଗୋଟେ ପରେ ଗୋଟେ ସତ ହେବାରେ ଲାଗିଛି । ତେବେ ସତରେ କଣ ୨୨ ପ।।ହାଚରେ ମୀନ ଖେଳିବ? ଏମିତି ଅନେକ ପ୍ରଶ୍ନ ଯାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି କି ପୂର୍ବ ଦିଗରୁ ମାଡି ଆସିବ ସମୁଦ୍ରର ଭୟଙ୍କର ଲହରୀ । ୨୨ ପାହଚରେ ମୀନ ଖେଳିବ । ଆଉ ରତ୍ନ ସିଂହାସନରେ ବରୁଣ ଦେବତା ଉଭା ହେବେ, କିନ୍ତୁ ନଥିବେ ମହାପ୍ରଭୁ ଜଗନ୍ନାଥ । ସେହି ସମୟରେ ସାରା ଓଡିଶା ଜଳମଗ୍ନ ହୋଇଯିବ । କିନତୁ ସମୁଦ୍ର ଏକାଥରେ ମାଡି ଆସିବନି । ମାଳିକାରେ ଅଚ୍ୟୁତ ଲେଖିଛନ୍ତି ସମୁଦ୍ର ଥର ଥର କରି ୩ ଥର ଓଡିଶାକୁ ନିଜ ଗର୍ଭ ଭିତରକୁ ଟାଣି ନେଇଯିବ । ମାଳିକାର ଲେଖା ଅନୁଯାୟୀ ସମଗ୍ର ଓଡିଶାକୁ ଆଦ୍ୟ-ପ୍ରାନ୍ତ-ମଧ୍ୟ କାଳେ ସମୁଦ୍ର କୂଳ ଲଙ୍ଘିବ । ତେବେ ଏହାର ଏକ ଝଲକ ଦେଖାଇଛି ବାତ୍ୟା ‘ମେଗଜୋମ୍’ । ଏହାର ପ୍ରଭାବକୁ ଦେଖିଲେ ମାଳିକାର ସେହି କାହାଣୀ ମନେ ପଡ଼ି ଯାଉଛି ।

ଚେନ୍ନାଇରେ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କଲେ ମାଳିକାର ବଚନ ଧିରେ ଧିରେ ସତ ହେବ ବୋଲି ଅନୁଭବ ହେଉଛି । ସେପଟେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଭାରତୀୟ ସହରଗୁଡିକ ପ୍ରତି ବିପଦକୁ ନେଇ ସଚେତନ କରିଛି । ଚେନ୍ନାଇରେ ୪୮ ଘଣ୍ଟା ମଧ୍ୟରେ ୪୦ ସେମିରୁ ଅଧିକ ବର୍ଷା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରାୟ ୬ ଦିନ ଧରି ସାରା ସହର ବୁଡ଼ି ରହିଥିଲା  ।

ଚେନ୍ନାଇ ବ୍ୟତୀତ କୋଲକାତା ଏବଂ ମୁମ୍ବାଇ ପରି ଉପକୂଳବର୍ତ୍ତୀ ସହରରେ ମଧ୍ୟ ସମୁଦ୍ର ପତ୍ତନ ବୃଦ୍ଧି, ଘୂର୍ଣ୍ଣିବଳୟ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଏପରି ବିପଦର କାରଣ ହେଉଛି ସମୁଦ୍ର ପତ୍ତନରେ ବୃଦ୍ଧି  । ଏହାଦ୍ୱାରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦେଶର ୧୨ ଟି ଉପକୂଳ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି । ଏହି କାରଣରୁ ଓଡିଶାର ଅନେକ ସହର ସମୁଦ୍ର ଲୀନକୁ ଚାଲିଯିବା ନେଇ ଆକଳନ କରାଯଉଛି ।  ଯାହାକି ମାଳିକାର କଥା ସହିତ ମେଳ ଖାଉଛି ।

Get real time updates directly on you device, subscribe now.