fbpx

ଦୀପାବଳିର ରାତିରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ: ନଚେତ୍ ରାଗିଯିବେ ମା’ ଲକ୍ଷ୍ମୀ

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ଓ ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁ ସମସ୍ତେ ଚାହାଁନ୍ତି । ଦୀପାବଳି ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଯଦି ଆପଣ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତି, ତେବେ ମା’ ଲକ୍ଷ୍ମୀ କେବେ ରାଗିବେ ନାହିଁ ଓ ନିଜର ଆର୍ଶୀବାଦ ଦେବେ । ବାସ୍ତୁ ଅନୁସାରେ, ଯଦି ଆପଣ କିଛି ଜିନିଷକୁ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତି, ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିପାରନ୍ତି । ତେବେ କେଉଁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ, ଆସନ୍ତୁ ଜାଣିବା …

– ଶୋଇବା ପୂର୍ବରୁ ନିଜ ପର୍ସକୁ ତକିଆ ତଳେ ରଖନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଏପରି କରନ୍ତି, ତେବେ ତାଙ୍କୁ ଲୋଭୀ କୁହାଯାଏ । ପର୍ସକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ବ୍ୟକ୍ତିର ଖର୍ଚ୍ଚ ବଢ଼ିଯାଏ ଓ ପରିବାରକୁ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିବାକୁ ପଡ଼ିଥାଏ ।

– ଲୋକମାନେ ପ୍ରାୟତଃ ଶୋଇବା ସମୟରେ ବୋତଲକୁ ପାଖରେ ରଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଏହା ଭୁଲ ଅଭ୍ୟାସ । ପାଣିର ସମ୍ବନ୍ଧ ଚନ୍ଦ୍ରମା ସହିତ ରହିଛି, ଏହି କାରଣରୁ ମୁଣ୍ଡ ପାଖରେ ପାଣି ବୋତଲ ରଖି ଶୋଇବା ଦ୍ୱାରା ଚନ୍ଦ୍ରମାର ଖରାପ ପ୍ରଭାବ ପଡ଼ିଥାଏ । ଏହା ଫଳରେ ମାନସିକ ଚିନ୍ତା ଓ ସମସ୍ୟା ସୃଷ୍ଟି ହୋଇପାରେ ।

– ପ୍ରାୟତଃ ଲୋକମାନେ ଠିକ ସମୟରେ ମେଡିସିନ ଖାଇବା ପାଇଁ ତାହାକୁ ନିଜ ମୁଣ୍ଡ ପାଖରେ ରଖି ଶୋଇଥାନ୍ତି । କିନ୍ତୁ ବ୍ୟକ୍ତିଙ୍କୁ ଏପରି କରିବା ଉଚିତ୍ ନୁହେଁ । ବାସ୍ତୁରେ କୁହାଯାଇଛି କି, ଯଦି ଆପଣ ମେଡିସିନକୁ ମୁଣ୍ଡ ପାଖରେ ରଖି ଶୋଉଛନ୍ତି, ତେବେ ଦର୍ଶାଏ ଯେ ଆପଣଙ୍କୁ ମେଡିସିନ ସହ ବହୁତ ଜଡ଼ିତ । ଏପରି ପରିସ୍ଥିତିରେ ବ୍ୟକ୍ତି ସାରାଜୀବନ ମେଡିସିନ୍ ଓ ରୋଗରେ ବନ୍ଦୀ ହୋଇ ରହିଯାଏ । ବ୍ୟକ୍ତିର ସମସ୍ତ ଧନ ରୋଗର ଚିକିତ୍ସାରେ ହିଁ ଖର୍ଚ୍ଚ ହୋଇଯାଏ ଓ ମା’ ଲକ୍ଷ୍ମୀ ରାଗିଯାଇ ଘରୁ ଚାଲିଯାଆନ୍ତି ।

– ରାଶିରେ ଶୋଇବା ବେଳେ ମୁଣ୍ଡ ପାଖରେ ବହି, ଖବରକାଗଜ ବା ମ୍ୟାଗାଜିନ୍ ନରଖିବାକୁ ଚେଷ୍ଟା କରନ୍ତୁ । ବାସ୍ତୁ ଅନୁସାରେ, ଯଦି କୌଣସି ବ୍ୟକ୍ତି ଏପରି କରନ୍ତି, ତେବେ ଶୋଇବା ସମୟରେ ବି ଚାପ ରହିଥାଏ ଓ ଦିନସାରା ଏହାର ପ୍ରଭାବ ରହିଥାଏ । ଏଥିପାଇଁ ଶୋଇବା ସମୟରେ ମୁଣ୍ଡ ପାଖରେ ବହି ରଖନ୍ତୁନାହିଁ, ଯେଉଁଥିରୁ ଚାପ ସୃଷ୍ଟି ନହେବା ସହ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

– ଆଜିକାଲି ଲୋକମାନେ ଲ୍ୟାପଟପ୍, ଫୋନ୍ ଓ ସ୍ମାର୍ଟ ୱାଚ୍ ଆଦି ନିଜ ମୁଣ୍ଡ ପାଖରେ ରଖି ଶୋଉଛନ୍ତି । ଯଦି ଆପଣ ମଧ୍ୟ ଏପରି କରନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ । କାରଣ ଏପରି କରିବା ଦ୍ୱାରା ଖରାପ ପ୍ରଭାବ ପଡ଼ିଥାଏ । ଏହା ସହ ମା’ ଲକ୍ଷ୍ମୀ ମଧ୍ୟ ରାଗିଯାଆନ୍ତି ।

Get real time updates directly on you device, subscribe now.