fbpx

ଶିବରାତ୍ରୀ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ କଥା: ଭୁଲରେ ବି ଘରେ ରଖନ୍ତୁ ନାହିଁ ପ୍ରଭୁ ଶିବଙ୍କ ଏହି ଫଟୋ, ନହେଲେ ଭୋଗିବେ

ଓଡ଼ିଶା ଭାସ୍କର: ଦେବ ଦେବ ‘ମହାଦେବ’, ସେ ସମସ୍ତ ଦେବତାଙ୍କ ମଧ୍ୟରେ ବଡ଼। ଅନ୍ୟ ଦେବାଦେବୀଙ୍କ ଠାରୁ ତାଙ୍କ ରୀତିନୀତି ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ। ସେଥିପାଇଁ ପ୍ରଭୁ ଶିବ ଭକ୍ତଙ୍କ ସଂଖ୍ୟା ଖୁବ ଅଧିକ। କିନ୍ତୁ ଶିବଙ୍କ ପୂଜା କରିବା ଆଗରୁ କିଛିଟା ନିୟମ ପାଳନ କରିବାକୁ ପଡିଥାଏ, ନଚେତ ଆପଣଙ୍କୁ ଓଲଟା ଫଳ ଭୋଗିବାକୁ ପଡିବ। ଏହି ଓଲଟା ଫଳ ଆପଣଙ୍କ ପାଇଁ ବହୁ କ୍ଷତି ଆଣିଦେବ। ତେଣୁ ଶିବଙ୍କୁ ପୂଜା କରିବା ଆଗରୁ ଜାଣି ରଖନ୍ତୁ କିଛି ଖାସ କଥା।

ଶିବ ଅର୍ଥ ଶକ୍ତି ଓ ଭକ୍ତି । ବିଶ୍ୱାସର ମୂଳରେ ଭଗବାନ ଥାଆନ୍ତି। ତେଣୁ ଶିବରାତ୍ରୀ ହେଉ କିମ୍ବା ଅନ୍ୟ କୌଣସି ବିଶେଷ ଦିନ, ଭଗବାନ ଶିବଙ୍କ ପୂଜାରୁ କେହି ରକ୍ଷା ପାଇପାରିବେ ନାହିଁ । ତେବେ କିଛି ଭକ୍ତ ଘରେ ଶିବ ପ୍ରତିମା ପୂଜା କରନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ, ଭଗବାନ ଶିବଙ୍କ ଫୋଟକୁ ମନ ଇଚ୍ଛା କୌଣସି ବି ଦିଗରେ ରଖିବା ଉଚିତ ନୁହେଁ କିମ୍ବା ମୂର୍ତ୍ତି ମଧ୍ୟ ରଖିବା ଉଚିତ ନୁହେଁ ବୋଲି କୁହାଯାଇଛି।

ଶିବ ଲିଙ୍ଗ ଫଟୋ: ଯଦି ଆପଣ ଘରେ ଶିବଙ୍କର ଲିଙ୍ଗ ଫଟୋ ରଖନ୍ତି ତେବେ ଏହା ବହୁତ ଭଲ । ମୁଖ୍ୟତଃ ୧୨ଟି ଜ୍ୟୋତିର୍ଲିଙ୍ଗ ଭିତରୁ କୌଣସିଟିକୁ ବି ଆପଣ ଘରେ ରଖି ପୂଜା କରିପାରିବେ । ଏହି ଫଟୋ ପୂ଼ଜା କଲେ ଘରେ ସୁଖ ଶାନ୍ତି ବଜାୟ ରୁହେ ।

SHIVA — The Lord of Infinity (unlocking the mystery of Lingam) | by Mahesh  Raja | Medium

ଉଗ୍ର ରୂପୀ ଶିବଙ୍କ ଫଟୋ: ଶିବ ରାଗିଲେ ତାଣ୍ଡବ କରନ୍ତି ବୋଲି ପୁରାଣରେ ବର୍ଣ୍ଣିତ ଅଛି । ସେଥିପାଇଁ କୌଣସି ଭୁଲ କଲେ ଶିବ କ୍ରୋଧିତ ହେବେ । ଘରେ ଏଭଳି ଉଗ୍ର ରୂପୀ ଭଗବାନ ଶିବଙ୍କ ଫଟୋ ରଖନ୍ତୁ ନାହିଁ । ଫଟୋକୁ ନିୟମ ଅନୁସାରେ ପୂଜା ପାଠ କରିବା ଉଚିତ। ଏଥିରେ ତ୍ରୁଟି ଦେଖାଗଲେ ବିଭିନ୍ନ ଅସୁବିଧା ମାଡି ଆସିଥାଏ।

100+] Shiv Tandav Wallpapers | Wallpapers.com

ଶିବଙ୍କ ଶାନ୍ତ ଫଟୋ: ଭଗବାନ ଶିବଙ୍କ ଶାନ୍ତ ଫଟୋ ଘରେ ରଖିବା ବହୁତ ଭଲ । ଏହିପରି ଏକ ଫଟୋ ରଖିବା ଏବଂ ଏହାକୁ ପୂଜା କରିବା ଦ୍ୱାରା ଆପଣଙ୍କ ଅସୁବିଧା ଦୂର ହେବ ଏବଂ ଆପଣଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଥାଏ ।

300+] Lord Shiva Wallpapers | Wallpapers.com

 

Get real time updates directly on you device, subscribe now.