fbpx

ଭୁଲରେ ବି ଘରେ ରଖନ୍ତୁ ନାହିଁ ଏହି ଜିନିଷ : ମାଆ ଲକ୍ଷ୍ମୀ ହେବେ କ୍ରୋଧିତ

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଏହାକୁ ଅନୁସରଣ କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ ଏବଂ ନକାରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ । ଆମର ଅସାବଧାନତା ଏବଂ ଅଳସୁଆମୀ ହେତୁ ଘରେ ଅନାବଶ୍ୟକ ଜିନିଷ ସଂଗ୍ରହ କରିଥାଉ, ଯେଉଁ କାରଣରୁ ଧନର ଦେବୀ ମା ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । କେବଳ ଏତିକି ନୁହେଁ, ଏହି ଜିନିଷଗୁଡ଼ିକ ଘରେ ବାସ୍ତୁ ତ୍ରୁଟି ମଧ୍ୟ ସୃଷ୍ଟି କରିଥାଏ । ଏହା ଦ୍ୱାରା ଘରର ସୁଖ ଏବଂ ଶାନ୍ତି ଉପରେ ପ୍ରଭାବ ପଡିଥାଏ ।

ଭଙ୍ଗା ଦର୍ପଣ: ବାସ୍ତୁ ଅନୁସାରେ ଦର୍ପଣ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ । ଯଦି ଘରେ କୌଣସି ଭଙ୍ଗା କିମ୍ବା ଫଟା କାଚ ଥିବା ଦର୍ପଣ ଥାଏ, ତେବେ ଏହା ଦେବୀ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରେ । ଭଙ୍ଗା ଦର୍ପଣ ଘରେ ରହିଲେ ସମ୍ପର୍କରେ ମତଭେଦ ସୃଷ୍ଟି କରେ । ତେଣୁ ସେମାନଙ୍କୁ ଘରେ ରଖିବା ଉଚିତ ନୁହଁ ।

ଭଗବାନ ଏବଂ ଦେବୀଙ୍କ ଫଟୋ ଏବଂ ପ୍ରତିମୂର୍ତ୍ତି : ଭଗବାନଙ୍କ ପୁରୁଣା ଫଟୋ ଏବଂ ଭଙ୍ଗା ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ, ଏହା ମଧ୍ୟ ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରେ । ଗୋଟିଏ ଭଗବାନ କିମ୍ବା ଦେବୀଙ୍କ ଫଟୋକୁ ମୁହାଁମୁହିଁ ରଖିବା ମଧ୍ୟ ଅଶୁଭ ବୋଲି ମାନେ କରାଯାଏ ।

ଖାଲି ପର୍ସ : ଆପଣ ନିଜର ପର୍ସକୁ କେବେବି ଖାଲି ରଖିବା ଉଚିତ ନୁହେଁ । କାରଣ ଏହା ଆର୍ଥିକ ଲାଭ ଆଣି ନଥାଏ ଏବଂ ଏହା ଦ୍ୱାରା ଧନର ହାନି ମଧ୍ୟ ହୋଇଥାଏ ।

ପକ୍ଷୀମାନଙ୍କ ବସା : ଘରେ ପକ୍ଷୀମାନେ ବସା ତିଆରି କରିବା ମଧ୍ୟ ବାସ୍ତୁ ଶାସ୍ତ୍ରରେ ନକାରାତ୍ମକ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ବିସ୍ତାର କରେ । ଯଦି ଘରେ ପକ୍ଷୀମାନଙ୍କର ବସା ଥାଏ, ତେବେ ଏହାକୁ ହଟାଇବା ଉଚିତ, କିନ୍ତୁ ଧ୍ୟାନ ଦେବା ଉଚିତ ଯେ ପକ୍ଷୀ ବସରେ ଯେପରି ଅଣ୍ଡା ନଥିବ ।

କଣ୍ଟା ଜାତୀୟ ଗଛ : ଘରେ ଗୋଲାପ, କାକଟସ୍ ଏବଂ ଅନ୍ୟାନ୍ୟ କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ୍ ନୁହେଁ । ଏହାକୁ ଲଗାଇବା ଦ୍ୱାରା ଧନ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଏହା ସହିତ ଆର୍ଥିକ ସଙ୍କଟ ବି ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.