ଧନ୍ୱନ୍ତରୀ ପର୍ବ ଦିନ ମା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ କାଦାପି କରନ୍ତୁନି ଏହି ଭୁଲ, ହୋଇପାରେ ସମସ୍ୟା
ନୂଆଦିଲ୍ଲୀ: ଆଜି ଧନ୍ୱନ୍ତରୀ ପର୍ବ ପାଳନ କରାଯାଉଛି। ଧନତେରସରେ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ। ଧନତେରସ ଦିନ କିଣାକିଣି କରିବା ପାଇଁ ସବୁଠାରୁ ଶୁଭ ବୋଲି କୁହାଯାଏ। ମାନ୍ୟତା ଅନୁସାରେ, ଧନତେରସ ଦିନ କିଛି ମଧ୍ୟ ଶୁଭ ଜିନିଷ କିଣିବା ପାଇଁ ଧନ-ସଂପତ୍ତିରେ ୧୪ ଗୁଣା ବୃଦ୍ଧି ହୋଇଥାଏ। ଧନତେରସକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଇଥାଏ। ଏହି ଦିନ ରୂପା, ସୁନା, ଗାଡି, ଘର, ଜମି, ଝାଡୁ, ବାସନକୁ କିଣାଯାଇଥାଏ। ତେବେ ଏହି ଦିନ ମାଆ ଲକ୍ଷ୍ମୀ ଏବଂ ଗଣେଶଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ମାଆ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି କିଣିବା ବେଳେ କେଉଁ ଭୁଲ ନ କରିବା ଆବଶ୍ୟକ।
କରନ୍ତୁନି ଏହି ଭୁଲ:
-ଧନତେରସ ଦିନ ଯଦି ଆପଣ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିଛନ୍ତି, ତେବେ ପଦ୍ମ ଫୁଲ ଉପରେ ବସିଥିବା ଲକ୍ଷ୍ମୀ ମୂର୍ତ୍ତି କିଣନ୍ତୁ।
-ପେଚା ଉପରେ ବସିଥିବା ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି ଭୁଲରେ ବି କିଣନ୍ତୁନି। ଏପରି ମୂର୍ତ୍ତି ଆଣନ୍ତୁନି, ଯେଉଁଥିରେ ମାଆ ଲକ୍ଷ୍ମୀ ଠିଆ ହୋଇ ମୁଦ୍ରାରେ ଥିବେ।
-ଏହି ଦିନ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଧ୍ୟାନ ଦିଅନ୍ତୁ, ଯେଉଁଥିରେ ପ୍ରଭୁ ଗଣେଶଙ୍କ ଶୁଣ୍ଢ ବାମା ଆଡକୁ ଥିବ। ଏହି ରଙ୍ଗ ପୂଜା ପାଇଁ ଶୁଭ ବୋଲି କୁହାଯାଏ।
-ମାଆ ଲକ୍ଷ୍ମୀଙ୍କର ଲାଲ ରଙ୍ଗ ଏବଂ ଭଗବାନ ଗଣେଶଙ୍କର ହଳଦିଆ ରଙ୍ଗର ମୂର୍ତ୍ତି କିଣିବା ଆବଶ୍ୟକ। ଏହି ରଙ୍ଗ ପୂଜା ପାଇଁ ଶୁଭ ବୋଲି ବିବେଚନା କରାଯାଏ।
-ମାଆ ଲକ୍ଷ୍ମୀ ଏବଂ ଗଣେଶଙ୍କର ଯୋଡିର ମୂର୍ତ୍ତି ନ କିଣିବା ଆବଶ୍ୟକ। ସେହି ମୂର୍ତ୍ତି କିଣନ୍ତୁ, ଯେଉଁଥିରେ ଦୁଇ ମୂର୍ତ୍ତି ଅଲଗା ଅଲଗା ଥିବେ।
-ମାଆ ଲକ୍ଷ୍ମୀଙ୍କ ବାମ ପାଶ୍ୱର୍ରେ ଗଣେଶଙ୍କୁ ବିରାଜମାନ କରିବା ଆବଶ୍ୟକ।