fbpx

କେଶରର ଏହି ଉପାୟ କରନ୍ତୁ, ଗ୍ରହ ଶାନ୍ତି ହେବା ସହ ପ୍ରାପ୍ତି ହେବ ଧନ

ଜୀବନରେ ଅନେକ ବାଧାବିଘ୍ନ ଦୂରକରିବା ଏବଂ ଗ୍ରହ ମାନଙ୍କୁ ଶାନ୍ତି ରଖିବା ପାଇଁ ଜ୍ୟେତିଷଶାସ୍ତ୍ରରେ ଅନେକ ଉପାୟ ରହିଛି । ଏହି ଉପାୟ ମାନଙ୍କୁ ଯଦି ସଠିକ ଭାବେ କରାଯାଏ ତେବେ ତାହା ସିଦ୍ଧ ପ୍ରମାଣ କରିଥାଏ । ଜ୍ୟେତିଷଶାସ୍ତ୍ରରେ କେଶରକୁ ନେଇ ଅନେକ ଉପାୟ କୁହାଯାଇଛି । ଏହି ଉପାୟ କରିବା ଦ୍ୱାରା ଗ୍ରହ ମାନେ ଶାନ୍ତି ହେବା ସହ ଅଶୁବିଧା ପାଇଁ ରାସ୍ତା ବାହାରିଥାଏ । ଆଜି ଆପଣଙ୍କୁ କେଶରର କିଛି ଚତ୍ମକାରିତା ଉପାୟ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା

-ଯଦି କୌଣସି ବ୍ୟକ୍ତିଙ୍କ ଯାତକରେ ବୃହସ୍ପତି ଖରାପ ସ୍ଥିତିରେ ଅଛନ୍ତି ତେବେ ସେମାନେ କେଶର ତିଳକ ନିହାତି ଲଗାଇବା ଆବଶ୍ୟକ । ଏଥିପାଇଁ ଯେକୌଣସି ଶୁକ୍ଳପକ୍ଷର ଗୁରୁବାର ଦିନ ଠାରୁ ପୂରା ଏକ ବର୍ଷ ପର୍ଯ୍ୟନ୍ତ କେଶର ଟିକା ମଥା, ନାଭି ଏବଂ ହୃଦୟରେ ଲଗାଇଲେ ବୃହସ୍ପତି ପ୍ରଶନ୍ନ ହୋଇଥାନ୍ତି ।

-ଘର ପ୍ରତି ଖରାପ ନଜର ବା ଯାଦୁ କିମ୍ବା ଗୁଣିରୁ ବଞ୍ଚିବା ପାଇଁ କେଶର ସହିତ ଜାୟତ୍ରୀ ଏବଂ ଗୋଗୁଳ ମିଶାଇ ଧୂପ ବନାନ୍ତୁ । ଏହି ଧୂପକୁ ଗୁରୁବାରଦିନ ଠାରୁ ଆରମ୍ଭ କରି ଲଗାତାର ୨୧ଦିନ ପର୍ଯ୍ୟନ୍ତ ଘରେ ବୁଲାନ୍ତୁ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ।

– ଯେଉଁ ମହିଳାଙ୍କ କୁଣ୍ଡଳୀରେ ଶୁକ୍ର ସମ୍ବନ୍ଧିତ ସମସ୍ୟା ରହୁଛି, ଏହି ପରିସ୍ଥିତିରେ ମହିଳା ବା ଝିଅ ମେକଅପ କିଟ ସହିତ କେଶର ଦାନ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

– କୌଣସି ଶୁଭଦିନରେ ୭ଟି ଧଳା କଉଡ଼ି ସହ କେଶରକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାପରେ ଶ୍ରୀସୁକ୍ତକୁ ସାତଥର ପାଠ କରନ୍ତୁ । ଏହାପରେ ଏହି ପୁଟୁଳାକୁ ଆଲମାରୀ ବା ଯେଉଁଠାରେ ଟଙ୍କା ରଖୁଛନ୍ତି ସେଠାରେ ରଖନ୍ତୁ । ଏହା କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ ।

-ବ୍ୟବସାୟରେ ସଫଳତା ପାଇବା ପାଇଁ, ବ୍ୟବସାୟ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍ ବା ୱାଲେଟରେ କେଶର ରଙ୍ଗ ଛିଞ୍ଚନ୍ତୁ | ଏହା କରିବା ଦ୍ୱାରା ବ୍ୟବସାୟ ବୃଦ୍ଧି ପାଇଥାଏ । ଧଳା କପଡାକୁ ସାଫ୍ରନ୍ ପାଣିରେ ବୁଡାଇ କେଶର ରଙ୍ଗ କରନ୍ତୁ । ଏହି କପଡାକୁ ଘର କିମ୍ବା ଦୋକାନର ୱାଲେଟରେ ବିଛାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ମାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.