fbpx

Merry Christmas କାହିଁକି ପାଳନ କରାଯାଏ: ଏହା ପଛର କାରଣ କ’ଣ, କ’ଣ ରହିଛି ଇତିହାସ

ନୂଆଦିଲ୍ଲୀ: ଡିସେମ୍ବର ମାସ ୨୫ ତାରିଖକୁ ସାରା ଦୁନିଆରେ ଖ୍ରୀଷ୍ଟମାସ ଡେ ଭାବେ ପାଳନ କରାଯାଇଥାଏ । ଆପଣାର ଲୋକଙ୍କୁ ପ୍ରେମ ଓ ଉପହାର ପ୍ରଦାନ କରିବା ଫଳରେ ଏହି ଉତ୍ସବ ଅଧିକ ଆକର୍ଷଣୀୟ ହୋଇଥାଏ । ଆଜିର ଦିନରେ ପ୍ରଭୁ ଯୀଶୁ ଜନ୍ମଲାଭ କରିଥିଲେ । ଏହି ଉତ୍ସବରେ ଲୋକମାନେ ପାର୍ଟି କରିବା ସହିତ ଖ୍ରୀଷ୍ଟମାସ ଟ୍ରି ସଜାଇଥାନ୍ତି । ଏଥିସହିତ ଲୋକମାନେ ପରସ୍ପରକୁ ‘ମେରୀ ଖ୍ରୀଷ୍ଟମାସ’ କହି ଶୁଭେଚ୍ଛା ଜଣାଇଥାନ୍ତି ।

ତେବେ ଅନ୍ୟ ସମସ୍ତ ଉତ୍ସବମାନଙ୍କରେ ହ୍ୟାପି ସହିତ ୱିସ୍ କରାଯାଉଥିବା ବେଳେ ଖ୍ରୀଷ୍ଟମାସ ଡେ’ରେ ମେରୀ ଖ୍ରୀଷ୍ଟମାସ କାହିଁକି କୁହାଯାଇଥାଏ? ଏହା ପଛର କାରଣ ଅନେକ ଜାଣିନଥାନ୍ତି । ‘ୱି ୱିଶ ୟୁ ଏ ମେରୀ ଖ୍ରୀଷ୍ଟମାସ’ ବାକ୍ୟର ଉଲ୍ଲେଖ ବର୍ଷ ୧୮୪୩ରେ ଚାର୍ଲ୍ସ ଡିକେନ୍ସଙ୍କ ଉପନ୍ୟାସ ‘ଏ ଖ୍ରୀଷ୍ଟମାସ କେରଲ’ରେ କରାଯାଇଥିଲା । ଏହି ଉପନ୍ୟାସ ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ସେହି ବର୍ଷ ଏହି ବାକ୍ୟଟି ଖ୍ରୀଷ୍ଟମାସ କାର୍ଡରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ସରଳ ବାକ୍ୟର ଅର୍ଥକୁ ଅନୁଧ୍ୟାନ କଲେ ତାହା ‘ହ୍ୟାପି’ ପରି ଏକ ଶବ୍ଦର ଆନ୍ତରିକ ଭାବନାତ୍ମକ ସ୍ଥିତି ବିଷୟରେ ବର୍ଣ୍ଣନା କରୁଥିବା ଐତିହାସିକମାନେ ମତ ଦେଇଥିଲେ । ସେଥିରେ ଜଣେ ଅନ୍ୟ ଜଣଙ୍କୁ ଖୁସିରେ ରହିବା ପାଇଁ ଓ ଉତ୍ସବର ଶୁଭେଚ୍ଛା ଜଣାଇଥାଏ । ମେରୀ ଶବ୍ଦକୁ ଭିକ୍ଟୋରିଆନ କାଳରେ ଅଧିକ ବ୍ୟବହାର କରାଯାଇଥିଲା । ସମୟ ସ୍ରୋତରେ ଏହି ଦୁଇ ଶବ୍ଦ ବିକଶିତ ହେବା ସହିତ ଅର୍ଥ ମଧ୍ୟ ବଦଳି ଯାଇଥିଲା । ଲୋକମାନେ ଧୀରେଧୀରେ ୧୮ମ ଓ ୧୯ମ ଶତାବ୍ଦୀରେ ମେରୀ ଶବ୍ଦକୁ ବ୍ୟକ୍ତିଗତ ଶବ୍ଦ ଭାବେ ବ୍ୟବହାର କରିବା ବନ୍ଦ କରିଦେଇଥିଲେ । ରୋମାନ ଲୋକମାନେ ଡିସେମ୍ବର ୨୫କୁ ସୂର୍ଯ୍ୟଙ୍କ ଜନ୍ମ ଦିବସ ଭାବେ ମାନୁଥିଲେ । ପଶ୍ଚିମୀ ଖ୍ରୀଷ୍ଟିଆନ ଚର୍ଚ୍ଚ ପକ୍ଷରୁ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ଡିସେମ୍ବର ୨୫କୁ ଖ୍ରୀଷ୍ଟମାସ ଭାବେ ପାଳନ ପାଇଁ ମାନ୍ୟତା ପ୍ରଦାନ କରାଯାଇଥିଲା । ୧୮୭୦ରେ ଆମେରିକା ଖ୍ରୀଷ୍ଟମାସ ଦିନରେ ଫେଡେରାଲ ହଲିଡେ ଘୋଷଣା କରିଥିଲା ।

Get real time updates directly on you device, subscribe now.