fbpx

Ration cardରେ କରନ୍ତୁ ଏହି ଅପଡେଟ, ସବୁବେଳେ ମିଳିବ ରାସନ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କ ମୋବାଇଲ ନମ୍ବର ବଦଳିଯାଇଛି, ତେବେ ରାସନ କାର୍ଡରେ ତାକୁ ତୁରନ୍ତ ଅପଡେଟ କରନ୍ତୁ । ଯଦି ରାସନ କାର୍ଡରେ ଆପଣଙ୍କ ନମ୍ବର ଭୁଲ ରହିଛି ବା ନମ୍ବର ବଦଳାଯାଇଛି ଓ କାର୍ଡ ଅପଡେଟ ହୋଇଛି, ତେବେ ରାସନ ନେବାରେ ଆପଣଙ୍କୁ ସମସ୍ୟା ହୋଇପାରେ । ତେବେ ରାସନ କାର୍ଡରେ କିପରି ମୋବାଇଲ ନମ୍ବର ଅପଡେଟ କରିପାରିବେ, ଆସନ୍ତୁ ଜାଣିବା ।

ରାସନ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ବହୁତ ସହଜ । ଆପଣ ଘରେ ଅତି ସହଜରେ ଏହାକୁ କରିପାରିବେ । ଜାଣନ୍ତୁ କିପରି…
୧. ସର୍ବପ୍ରଥମେ ଆପଣଙ୍କୁ https://nfs.delhi.gov.in/Citizen/UpdateMobileNumber.aspx ସାଇଟକୁ ଯିବାକୁ ପଡ଼ିବ ।
୨. ଏବେ ସେଠାରେ ଏକ ପେଜ୍ ଖୋଲିଯିବ, ଯେଉଁଠାରେ ଆପଣଙ୍କୁ Update Your Registered Mobile Number ଲେଖା ଥିବା ଦେଖିବେ ।
୩. ଏବେ ସେଠାରେ ଆପଣ ନିଜ ବିଷୟରେ ସୂଚନା ଦେବେ ।
୫. ଏଠାରେ ପ୍ରଥମ କଲମରେ Aadhaar Number of Head of Household/NFS ID ଲେଖନ୍ତୁ ।
୬. ଦ୍ୱିତୀୟ କଲମରେ Ration card No ଲେଖନ୍ତୁ ।
୭. ତୃତୀୟ କଲମରେ Name of Head of Household ଲେଖନ୍ତୁ ।
୮. ଶେଷ କଳମରେ ଆପଣ ନୂଆ ମୋବାଇଲ୍ ନମ୍ବର ଲେଖନ୍ତୁ ଓ ଏହାକୁ ସେଭ୍ କରନ୍ତୁ ।
୧୦. ଏବେ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ ହୋଇଯିବ ।

ତେବେ ସରକାର ଦେଶର ୨୦ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ୧ ଜୁନ୍ ୨୦୨୦ ରୁ ରାସନ କାର୍ଡ ପୋର୍ଟେବିଲିଟି ସେବା ‘ୱାନ ନେସନ-ୱାନ ରେସନ କାର୍ଡ’ ଆରମ୍ଭ କରିଛନ୍ତି । ଏହାର ଅର୍ଥ ଆପଣ ଆପ୍ ରେସନ କାର୍ଡ ସହିତ ଦେଶର ଯେକୌଣସି ରାଜ୍ୟରେ ରେସନ କିଣି ପାରିବେ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡଖଣ୍ଡ, ତ୍ରିପୁରା, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଡାମନ-ଡିୟୁରେ ଏହି ଯୋଜନା ପ୍ରଥମରୁ ଲାଗୁ ହୋଇଛି ।

Get real time updates directly on you device, subscribe now.