fbpx

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ: ୨୦ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ୍ ମୋହର । ପ୍ରାୟ ୨୦ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍ ବୈଠକରେ ରହିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ମୁତାବକ, ଆଜି ଅପରାହ୍ନ ଅପରାହ୍ନ ସାଢ଼େ ୫ଟାରେ ବସିବ କ୍ୟାବିନେଟ୍ ବୈଠକ । ଏଥିରେ ଆଇନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ୱ, ଅର୍ଥ ଏବଂ ଶକ୍ତି ବିଭାଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଥିବା ଜଣାପଡିଛି ।

ତେବେ ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ୍‌ ବୈଠକରେ ଭାଗ ନେବେ। ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରୁଥିବାରୁ କ୍ୟାବିନେଟ୍‌ରେ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.