fbpx

ଚୀନ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା, ଜାଣିଶୁଣି ବିମାନ ତଳକୁ ଆଣାଯାଇଥିଲା! ଦୁର୍ଘଟଣାରେ ଯାଇଛି ୧୩୨ ଜଣଙ୍କର ଜୀବନ

ୱାସିଙ୍ଗଟନ୍: ଚଳିତ ବର୍ଷ ମାର୍ଚ୍ଚରେ ଚୀନରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଚୀନର କୁନସିଙ୍ଗରୁ ଗୁଆଙ୍ଗଜୋର ଅଭିମୁଖେ ଯାଉଥିବା ଇଷ୍ଟର୍ନ ଏୟାରଲାଇନ୍ସର ବିମାନ କ୍ରାସ୍ ହୋଇଥିଲା । ଯୋଉଁଥିରେ ୧୩୨ ଜଣ ମୃତ୍ୟୁ ବରଣ କରିଥିଲେ । ଏବେ ଏହି ବିମାନ ଦୁର୍ଘଟଣାକୁ ନେଇ ଭୟଙ୍କର ଖବର ସାମ୍ନାକୁ ଆସିଛି । ରିପୋର୍ଟରେ ଦାବି କରାଯାଇଛି ଯେ, ବିମାନକୁ ଜାଣିଜାଣି ତଳକୁ ତିବ୍ର ଗତିରେ ଅଣାଯାଇଥିଲା । ଏହି ଦାବି ବିମାନର ବ୍ଲାକ୍ ବକ୍ସରୁ ଆସିଥିବା ଡାଟା ବିଶ୍ଲେଷଣରୁ ଜଣାପଡ଼ିଛି ।

ବୋଇଂ ୭୩୭-୮୦୦ ବିମାନ ମାର୍ଚ୍ଚ ୨୧୨ରେ କୁନସିଙ୍ଗରୁ ଗୁଆଙ୍ଗଜୋର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ୱାଲ୍ ଷ୍ଟ୍ରିଟ୍ ଜର୍ନାଲକୁ ଆମାରିକୀୟ ଅଧୀକାରୀ କହିଛନ୍ତି ଯେ, ବ୍ଲାକ୍ ବକ୍ସରୁ ଜଣାପଡ଼ିଛି କି କକପିଟରେ ବସିଥିବା ଲୋକଙ୍କୁ ସୂଚନା ଦିଆଯାଇଥିଲା । ସେହି କାରଣରୁ ଏହି ବିମାନ ଦର୍ଘଟଣା ହୋଇଥିଲା ।

ଏହା ପୁର୍ବରୁ ୨୦ ଏପ୍ରିଲରେ ଚୀନ ଆଭିଏସନ ରେଗୁଲାର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଥିଲେ । ଏଥିରେ କୁହାଯାଇଥିଲା ଯେ, ବିମାନରେ କୌଣସି ପ୍ରକାରର ସମସ୍ୟା ନଥିଲା । କ୍ରାସ୍ ହେବା ସମୟରେ ବିମାନ ସାମାନ୍ୟ ସ୍ଥିତିରେ ଥିଲା । ତେବେ ଏହି ରିପୋର୍ଟରେ କୁହାଯାଇ ନଥିଲା ଯେ, କେଉଁ କାରଣରୁ ବିମାନ ଦୁର୍ଘଟଣା ହୋଇଥିଲା ।

ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ଏହି ରିପୋର୍ଟ ପରେ କୁହାଯାଉଛି ଯେ, ହୋଇପାରେ କୌଣସି ବ୍ୟକ୍ତି କକପିଟରେ ପଶି ଜାଣୁଜାଣି ବିମାନ କ୍ରାସ୍ ହେବାର କାରଣ ହୋଇଛନ୍ତି । ଏହା ପରେ ବିମାନ ହାଇଜାକ କରି କ୍ରାସ୍ କରିବାର ଖବର ମଧ୍ୟ ଆସୁଛି । ବିଶେଷ କରି ୧୯୯୯ ପରେ ଜାଣିଜାଣି ବିମାନ କ୍ରାସ୍ କରିବାର ଘଟଣା ଦୁଇଥର ସାମ୍ନାକୁ ଆସିଲାଣି ।

Get real time updates directly on you device, subscribe now.