fbpx

ବାହାଘର ଭୋଜି ଖାଇ ୧୨ ଅସୁସ୍ଥ: ମେଡିକାଲରେ ଚାଲିଗଲା୨ ଯୁବତୀଙ୍କ ଜୀବନ, ଜାଣନ୍ତୁ କ’ଣ ଖାଇଥିଲେ

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ପାଢୁର୍ଣ୍ଣାରେ ଏକ ବିବାହ ଭୋଜି ଖାଇ ୧୨ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଚିକିତ୍ସା ସମୟରେ ୨ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅସୁସ୍ଥ ଲୋକଙ୍କୁ ପାଢୁର୍ଣ୍ଣା ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ଏବେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ଡାକ୍ତରଙ୍କ କହିବା ମୁତାବକ, ଅଧିକ ଗରମ ଯୋଗୁଁ ଖାଦ୍ୟ ଖରାପ ହୋଇଥିଲା । ସେହି ଖରାପ ଖାଦ୍ୟକୁ ଲୋକମାନେ ଖାଇଥିଲେ, ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିଲା ।

ତେବେ ବାହାଘର ଭୋଜି ଖାଇବା ପରେ ୧୨ ଜଣଙ୍କର ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ଲଗାତାର ବାନ୍ତି ହେଉଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ୨ ଯୁବତୀଙ୍କୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା ଜାରି ରହିଛି । ଭୋଜିରେ ଖରାପ ଖାଦ୍ୟ ଖାଇବା ପରେ ଏପରି ହୋଇଥିବା ଜଣାପଡିଛି । ଅଧିକ ଖରା ଯୋଗୁଁ ଡାଲି ଓ ଅନ୍ୟ ତରକାରୀନଷ୍ଟ ହୋଇଥିଲା । ୨ ଯୁବତୀଙ୍କ ମୃତ୍ୟୁ ପରେ ମେଡିକାଲରେ ହଇଚଇ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.