fbpx

ଚନ୍ଦ୍ରଗ୍ରହଣ ସରିବା ପରେ ତୁରନ୍ତ କରନ୍ତୁ ଏହି କାମ ; ଜୀବନରୁ ଦୂରେଇ ଯିବ ଗ୍ରହଣର ନକରାତ୍ମକ ପ୍ରଭାବ

Advertisement

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଏକ ଅଶୁଭ ଘଟଣା । ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ଦେବ ନିତୀ ଆଦି କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ ସମୟରେ ଅନେକ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯିବା ସହ କୋଣସି କାର୍ଯ୍ୟ କରିବାକୁ ମନା କରାଯାଇଥାଏ । ତେବେ ଚନ୍ଦ୍ର ଗ୍ରହଣ ହେବାର ୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହୁଏ ଏବଂ ସେହି ସମୟରେ କୌଣସି ଶୁଭ କାର୍ୟ୍ୟ କିମ୍ବା ପୂଜା ଇତ୍ୟାଦି କରାଯାଇ ନଥାଏ । ବରଂ ଲୋକମାନେ ଗ୍ରହଣ ସମୟରେ କେବଳ ଭଗବାନଙ୍କ ନାମ ଜପ କରିବା ଏବଂ ତାଙ୍କୁ ଧ୍ୟାନ କରିବା ଉଚିତ୍ ।

ଅକ୍ଟୋବର ୨୮ରେ ବର୍ଷ ୨୦୨୩ର ଶେଷ ଚନ୍ଦ୍ରଗ୍ରହଣ । ଶରତ ପୂର୍ଣ୍ଣିମାର ରାତିରେ ଏହି ଚନ୍ଦ୍ରଗ୍ରହଣ ଲାଗିବ। ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଓ ସୂର୍ଯ୍ୟପରାଗ ଅମାବାସ୍ୟା ତିଥିରେ ହୋଇଥାଏ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୬ ମିନିଟ୍‌‌ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣରେ ପାକତ୍ୟାଗ ୯ ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ଏହି ସମୟରେ କିଛି କାର୍ଯ୍ୟ ବର୍ଜନୀୟ ଥାଏ।

ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ୨୮ ଅକ୍ଟୋବର ବିଳମ୍ବିତ ରାତି ୧ଟା ୦୬ ମିନିଟରେ ଲାଗିବ। ରାତି ୨ଟା୨୨ରେ ଶେଷ ହେବ। ଏହା ଏକ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହାକୁ ଆଶିଂକ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଉଛି। ଗ୍ରହଣ ସ୍ପର୍ଶ ସମୟ ୧ଟା ୦୬ ମିନିଟ।ସର୍ବମୋକ୍ଷ ୨ଟା୨୨ । ପାକତ୍ୟାଗ ୨୮ ଅକ୍ଟୋବର ଦିନ ୨ଟା ୫୨ ମିନିଟ୍‌‌ରୁ ଆରମ୍ଭ ହୋଇ ରାତି ୨ଟା ୨୨ ପର୍ଯ୍ୟନ୍ତ ରହିବ। ଏଥିସହିତ ଏପରି କାର୍ଯ୍ୟ ରହିଥାଏ ଯାହାକି ଚନ୍ଦ୍ର ଗ୍ରହଣ ସମାପ୍ତ ପରେ ତୁରନ୍ତ କରାଯିବା ଆବଶ୍ୟକ । କାରଣ ଏହି କାର୍ଯ୍ୟ କରିବା ଦ୍ୱାରା ଜୀବନରେ ଚନ୍ଦ୍ର ଗ୍ରହଣର ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ …

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ, ସର୍ବପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ଗଙ୍ଗା ପାଣି ଛିଞ୍ଚି ଶୁଦ୍ଧ କରାଯିବା ଉଚିତ୍ ।

– ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ପୂଜାକୁ ନିଷେଧ ହୋଇଥାଏ । ଗ୍ରହଣ ଶେଷ ହେବା ମାତ୍ରେ ଗଙ୍ଗାଜଳକୁ ପୂଜା ଘରେ ଛିଞ୍ଚିବା ଉଚିତ୍ । କୁହାଯାଏ ଯେ ଏପରି କରିବା ଦ୍ୱାରା ନକାରାତ୍ମକତା ସମାପ୍ତ ହୁଏ ।

– ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ଯତ୍ନ ନେବା ଉଚିତ୍ । କାରଣ ଗ୍ରହଣର ପ୍ରଭାବ ପିଲାଙ୍କ ଉପରେ ବି ପଡ଼ିଥାଏ । ଏପରି ପରିସ୍ଥିତିରେ, ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଗାଧୋଇବା ଉଚିତ୍ ।

– ଏହା ବ୍ୟତୀତ ଚନ୍ଦ୍ରଗ୍ରହଣ ପରେ ଡାଲି ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଶେଷ ହୁଏ ।

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ପ୍ରଥମେ ଗାଧୋଇବା ଉଚିତ୍ ଏବଂ ଘରେ ଝାଡ଼ୁ ଓ ପୋଛା ଲଗାଇବା ଉଚିତ୍ । ଏହା ନକାରାତ୍ମକତାକୁ ଦୂର କରିଥାଏ ।

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ଦେବୀ-ଦେବତାଙ୍କୁ ଦର୍ଶନ କରିବା ସହ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରିବା ଉଚିତ୍ ।

Get real time updates directly on you device, subscribe now.