fbpx

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ; ନଚେତ ଭୋଗିପାରନ୍ତି ଅନେକ ସମସ୍ୟା

Advertisement

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ଦେବ ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ରହିଥାଏ , ଯାହା କରିବାକୁ ବାରଣ କରାଯାଇଥାଏ । ଅକ୍ଟୋବର ୨୮ରେ ବର୍ଷ ୨୦୨୩ର ଶେଷ ଚନ୍ଦ୍ରଗ୍ରହଣ । ଶରତ ପୂର୍ଣ୍ଣିମାର ରାତିରେ ଏହି ଚନ୍ଦ୍ରଗ୍ରହଣ ଲାଗିବ। ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଓ ସୂର୍ଯ୍ୟପରାଗ ଅମାବାସ୍ୟା ତିଥିରେ ହୋଇଥାଏ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୬ ମିନିଟ୍‌‌ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣରେ ପାକତ୍ୟାଗ ୯ ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ଏହି ସମୟରେ କିଛି କାର୍ଯ୍ୟ ବର୍ଜନୀୟ ଥାଏ।

ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ୨୮ ଅକ୍ଟୋବର ବିଳମ୍ବିତ ରାତି ୧ଟା ୦୬ ମିନିଟରେ ଲାଗିବ। ରାତି ୨ଟା୨୨ରେ ଶେଷ ହେବ। ଏହା ଏକ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହାକୁ ଆଶିଂକ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଉଛି। ଗ୍ରହଣ ସ୍ପର୍ଶ ସମୟ ୧ଟା ୦୬ ମିନିଟ।ସର୍ବମୋକ୍ଷ ୨ଟା୨୨ । ପାକତ୍ୟାଗ ୨୮ ଅକ୍ଟୋବର ଦିନ ୨ଟା ୫୨ ମିନିଟ୍‌‌ରୁ ଆରମ୍ଭ ହୋଇ ରାତି ୨ଟା ୨୨ ପର୍ଯ୍ୟନ୍ତ ରହିବ। ଚନ୍ଦ୍ର ଗ୍ରହଣ ସମୟରେ ଏପରି କିଛି କାର୍ଯ୍ୟ ରହିଥାଏ ଯାହାକୁ କରିବାକୁ ବାରଣ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ…

ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ:

– ଗର୍ଭବତୀ ମହିଳାଙ୍କ ଧ୍ୟାନ ରଖନ୍ତୁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମକୁ ଏକ ଅଶୁଭ ଘଟଣା ବୋଲି ବିବେଚନା କରାଯାଇଥାଏ । ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ କୁହାଯାଇଥାଏ । ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ । କାରଣ ଚନ୍ଦ୍ରଗ୍ରହଣର ନକରାତ୍ମକ ପ୍ରଭାବ ଜନ୍ମହେବାକୁ ଥିବା ପିଲା ଉପରେ ପଡିଥାଏ । ଏତତ୍ ବ୍ୟତୀତ ଏହି ସମୟରେ ସେମାନଙ୍କୁ କାମ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତଣୁ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ସମବୁ କଥା ମିନିବା ଆବଶ୍ୟକ ।

– କୌଣସି ଧାରୁଆ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ। ଗ୍ରହଣ ସମୟରେ ନଖ ଓ କେଶ କାଟନ୍ତୁ ନାହିଁ।

– ଖାଦ୍ୟ ସେବନ କରନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଭୋଜନ ପ୍ରସ୍ତୁତ କରିବା କିମ୍ବା ଏହାକୁ ସେବନ କରିବା ଉଚିତ୍ ନୁହେଁ । ତେବେ ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ

– ଶୁଅନ୍ତୁ ନାହିଁ: ଶାସ୍ତ୍ର ମତରେ ଚନ୍ଦ୍ର ଗ୍ରହଣ ସମୟରେ ଶୋଇବା ଅଶୁଭ ହୋଇଥାଏ । ତେଣୁ ଏହି ସମୟରେ ଶୋଇବା ଉଚିତ୍ ନୁହେଁ । ଗ୍ରହଣ ସମସୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଗ୍ରହଣ ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.