fbpx

ରୋଜଗାର ମେଳା: ଆଜି ୫୧ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ସୂଚନା ଦିଆଯାଇଛି ଯେ, ଦିନ ୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ପତ୍ର ବାଣ୍ଟିବେ । ଏହି ଅବସରରେ ସେ ଯୁବକଙ୍କୁ ଉଦ୍ବୋଧନ ମଧ୍ୟ ଦେବେ । ସମୁଦାୟ ୩୭ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ ।

ଦେଶର ବିଭିନ୍ନ ସରକାରୀ ବିଭାଗ, ଯେମିତିକି ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହ ମନ୍ତ୍ରାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିରେ ସାମିଲ୍ କରାଯିବ । ନିଯୁକ୍ତ କରାଯିବାକୁ ଥିବା ସରକାର କର୍ମଚାରୀଙ୍କୁ ପୋର୍ଟାଲ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାକୁ ଅବସର ମିଳିବ । ଏଥିପାଇଁ ୭୫୦ରୁ ଅଧିକ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ ରହିଛି । ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ଘୋଷଣାକରିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ମିଶନ ମୋଡରେ ସରକାରୀ ଚାକିରି ଦିଆଯିବ ।

Get real time updates directly on you device, subscribe now.