fbpx

ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ

Advertisement

ଇସଲାମବାଦ: ପାକିସ୍ତାନର ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ । ଗୋଟେ ପଟେ କ୍ରିକେଟକୁ ନେଇ ପାକିସ୍ତାନ ସବୁଠି ଲୋକହସା ହେଉଥିବା ବେଳେ ଦେଶର ସ୍ଥିତିକୁ ନେଇ ଆହୁରି ବେଶୀ ଲୋକହସା ହେଉଛି । ସାରା ବିଶ୍ୱରେ ପାକିସ୍ତାନ କେବଳ ନିଜର ଅସ୍ତିତ୍ୱ ଜାରି କରୁଥିବା ବେଳେ ଦେଶ ଭିତରେ ଚାଲିଛି ଅସନ୍ତୋଷ ଲଢେଇ । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଥିବା ବେଳେ ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ।

ସେହିପରି ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ବକେୟା ଟଙ୍କା ନ ଦେଇପାରି ଗୋଟିଏ ପରେ ଗୋଟିଏ ବିମାନ ଚଳାଚଳ ବନ୍ଦ କରୁଛି ପାକିସ୍ତାନ । କହିବାକୁ ଗଲେ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ପିଆଇଏ) ବର୍ତ୍ତମାନ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ଏହା ସହ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଟଙ୍କା ଅଭାବରୁ ଦେଶର କମ୍ପାନୀ ମଧ୍ୟ ବନ୍ଦ ହେବା ଆଶଙ୍କା କରାଯାଉଛି । କାରଣ ଇନ୍ଧନ ଅଭାବରୁ କମ୍ପାନୀ ଗତ ୧୧ଦିନ ମଧ୍ୟରେ ୫୦୦ରୁ ଅଧିକ ବିମାନକୁ ବାତିଲ କରିଥିବା ଜଣାପଡିଛି ।

ଅକ୍ଟୋବର ୧୩ରୁ ପିଆଇଏ ପାଞ୍ଚ ଶହରୁ ଉର୍ଦ୍ଧ ଅର୍ଥାତ ୫୩୭ଟି ବିମାନ ବାତିଲ କରିଥିବା ସୂଚନା ପ୍ରକାଶ ପାଇଛି । ଇନ୍ଧନ ଅଭାବରୁ ନିକଟରେ ପିଆଇଏ ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୯ ଟି ବିମାନ ବାତିଲ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ ୫୩୭ଟି ବିମାନ ବାତିଲ କରିଥିବା ପାକିସ୍ତାନୀ (ARY)ଗଣମାଧ୍ୟମ ଖବର ପ୍ରକାଶ କରିଛି ।

Get real time updates directly on you device, subscribe now.