fbpx

ନବରାତ୍ରୀର ମହାନବମୀ ଦିନ କରନ୍ତୁ ଏହି କାମ:ମିଳିବ ମା ଦୁର୍ଗାଙ୍କ କୃପା ଦୃଷ୍ଟି, ହେବ ଧନବର୍ଷା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କ ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ପ୍ରତ୍ୟେକ ଦେବା ଦେବୀଙ୍କୁ ଏକ ନିଦ୍ଧିଷ୍ଟ ତିଥି ବାର ନକ୍ଷେତ୍ର ଅନୁସାରେ ଏହି ଧରାପୃଷ୍ଟକୁ ଆବାହନ କରାଯାଇଥାଏ । ଏଥିସହିତ ସ୍ୱତନ୍ତ୍ର ନିତି କାନ୍ତିରେ ତାଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ତେବେ ବର୍ତ୍ତମାନ ମା ଦୁର୍ଗା ଏହି ଧରାପୃଷ୍ଟକୁ ଆଗମନ କରିଛନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଥାନ୍ତି । ଏହି ସାରଦିୟ ନବରାତ୍ରୀର ପ୍ରତ୍ୟେକ ଦିନ ମହତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଏହିସବୁ ଦିନରୁ ଅଷ୍ଟମୀ ଏବଂ ନବମୀର ବିଶଏଷ ମହତ୍ୱ ରହିଥାଏ । ଏଥିପାଇଁ ଏହାକୁ ମହାଅଷ୍ଟମୀ ଏବଂ ମହା ନବମୀ କୁହାଯାଇଥାଏ । ଏହି ଦିନ କିଛି ଖାସ କାମ ଏବଂ ଉପାୟ ଅଛି ଯାହାକୁ କରିବା ଦ୍ୱାରା ମାଙ୍କ କୃପା ଦୃଷ୍ଟି ରହିବା ସହ ଧନ ବର୍ଷା ହୋଇଥାଏ । ଏଥିସହିତ ଜୀବନରେ ସୁଖ ଶାନ୍ତି ଲାଗି ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ମହା ଅଷ୍ଟମୀ ଏବଂ ମହାନବମୀରେ କେଉଁ କାମ କରିବା ଦ୍ୱାରା ମା ଙ୍କ କୃପା ପ୍ରାପ୍ତି ହୋଇଥାଏ ।

ମହା ନବମୀରେ କରନ୍ତୁ ଏହି କାର୍ଯ୍ୟ:

ଦୁର୍ଗାଙ୍କ ସହସ୍ର ନାମ: ନବରାତ୍ରୀର ମହାନବମୀ ଦିନ ମା ହୁର୍ଗାଙ୍କ ପୂଜା ଅର୍ଚ୍ଚନା କରିବା ସହିତ ମୋହପାଠ ମଧ୍ୟ କରାଯାଇଥାଏ । ଏହି ହୋମରେ ମା ଦୁର୍ଗାଙ୍କ ସହସ୍ର ନାମ ଜପ କରି ଆହୁତି ଦେବା ଦ୍ୱାରା ମାଙ୍କ କୃପା ପ୍ରାପ୍ତି ହୋଇଥାଏ । ଏଥି ସହିତ ଜୀବନରେ ଥିବା ଅନେକ ସମସ୍ୟା ଦୁର ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

କନ୍ୟାପୂଜନ: ମବରାତ୍ରୀ ପୂଜା ସେତେବେଳେ ପୁରା ହୋଇଥାଏ ,ଯେତେବେଳେ କନ୍ୟା ପୂଜନ କରାଯାଇଥାଏ । ମହାନବମୀ ଦିନ କନ୍ୟା ଶିଶୁମାନଙ୍କୁ ସମ୍ମାନପୂର୍ବକ ନିମନ୍ତ୍ରଣ କରାଯାଇ ଭୋଜନ ଦିଆଯାଇଥାଏ । ଏଥିସହିତ ସେମାନଙ୍କ ପୂଜା କରାଯିବା ସହ ସେମାନଙ୍କୁ କିଛି ଉପହାର ଦିଆଯାଇଥାଏ । ତେବେ କନ୍ୟାମାନେ ମା ଦୁର୍ଗାଙ୍କ ରୂପ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଏହି ନବରାତ୍ରୀର ନବମୀ ଦିନ କନ୍ୟାମନଙ୍କୁ ପୂଜା କରାଯାଇଥାଏ ।

ପୂଜା ଉପବାସ: ନବରାତ୍ରୀରେ ମା ଦୁଘର୍ଗାଙ୍କୁ ପୂଜା ଆରାଧନା କରିବା ସହିତ ବ୍ରତ ଉପବାସ ମଧ୍ୟ କରାଯାଇଥାଏ । ଏହି ଦିନ ଉପବାସ ରହି ମାଙ୍କୁ ଭକ୍ତିଭାବରେ ଡାକିଲେ ମା ତାଙ୍କ କୃପା ଦୃଷ୍ଟି ପକାଇଥାନ୍ତି । ଏଥିସହିତ ତାଙ୍କ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ତେଣୁ ଏହି ଦିନ ମାଙ୍କ ଉପାସନା କରିବା ସହିତ ଅଖଣ୍ଡ ଦୀପ ମଧ୍ୟ ଲଗାଇଥାନ୍ତି ।

Get real time updates directly on you device, subscribe now.