ଘରେ ଅଛି କି ପୁରୁଣା Coins? ଆପଣ ବି ହୋଇଯିବେ ମାଲାମାଲ୍… ଭଲସେ ଦେଖନ୍ତୁ ଏହି ଜିନିଷ

ଓଡ଼ିଶା ଭାସ୍କର: ଅନେକ ସମୟରେ ପୁରୁଣା କଏନକୁ ନେଇ ବିଭିନ୍ନ ଆଲୋଚନା ହୋଇଛି । ଏହିସବୁ ମୁଦ୍ରାରୁ ପ୍ରଚୁର ଟଙ୍କା ପାଇପାରିବେ ଗ୍ରାହକ । ବର୍ତ୍ତମାନ ଏକ କଏନକୁ ନେଇ ପୁଣିଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ପୁରୁଣା କଏନ ଘରେ ଥିଲେ ଆପଣଙ୍କୁ ମଧ୍ୟ ଅନେକ ଟଙ୍କା ମିଳିପାରିବ । ଏଭଳି କଏନ୍ ଆପଣଙ୍କୁ ଅନେକ ଟଙ୍କା ଦେଇପାରେ । ଯେଉଁ କଏନରେ କିଛି ଭୁଲ କିମ୍ବା ସମସ୍ୟା କିମ୍ବା ପରିବର୍ତ୍ତନ ଥିବ, ଏହାର ମୂଲ୍ୟ ସାଧାରଣତଃ ଏହାର ଉଚିତ୍ ମୂଲ୍ୟ ଅପେକ୍ଷା ବେଶ୍ ଅଧିକ ହୋଇଥାଏ ।

ବର୍ତ୍ତମାନ ୫୦ ପେନ୍ସ(ପ୍ରାୟ ୫୦ ପଇସା) ଦୁର୍ଲଭ କଏନ ଖୁବ ଚର୍ଚ୍ଚାରେ ରହିଛି । ଏହି କଏନରେ ଏକ ସ୍ପେସାଲ ଡିଜାଇନ ରହିଥିଲା । ଏ ନେଇ ଜଣେ ଟିକଟକ୍ ୟୁଜର କହିଛନ୍ତି ଯେ, କିଛି କଏନ୍ ଆପଣଙ୍କୁ ଖୁବ୍ ସାଧାରଣ ଭଳି ଲାଗିପାରେ । କିନ୍ତୁ ଏହାର ମୂଲ୍ୟ ଖୁବ ଅଧିକ ହୋଇପାରେ । ନିକଟରେ ଏକ କଏନ୍ eBayରେ ୨୦୫ ପାଉଣ୍ଡ (ପ୍ରାୟ ୧୮ ହଜାର ଟଙ୍କା)ରେ ବିକ୍ରି ହୋଇଛି । ତେବେ ଆପଣଙ୍କ ପାଖରେ ମଧ୍ୟ ଏହି କଏନ୍ ଥିଲେ, ଆପଣ ମଧ୍ୟ ମାଲାମାଲ୍ ହୋଇପାରନ୍ତି । ୫୦ ପଇସା କିମ୍ବା ତା’ଠାରୁ ପୁରୁଣା କଏନ୍ ଯଥା: ୨୫ ପଇସା, ୨୦ ପଇସା, ୧୦ ପଇସା କିମ୍ବା ୧,୨,୫ ପଇସା ଇତ୍ୟାଦି କଏନ୍ ଥିଲେ ଆପଣ ମଧ୍ୟ ବଡ଼ଲୋକ ହୋଇପାରିବେ ।

ଏଥିପାଇଁ କେବଳ ଏହି କଏନର ମୂଲ୍ୟ ଲେଖି ଇବେ’ରେ ଅପଲୋଡ କରିବାକୁ ହେବ । ତେବେ ଏରର୍ ଥିବା ୧ ପାଉଣ୍ଡ କଏନ୍ ବିଷୟରେ ମଧ୍ୟ କୁହାଯାଇଛି । ଏହି କଏନର ନୂଆ ଡିଜାଇନ୍ ପୁରୁଣା ୧ ପାଉଣ୍ଡ କଏନ୍ ଅଧାରରେ ଛପା ଯାଇଥିଲା । ୨୦୧୭ ମସିହାରେ ପୁରୁଣା ଗୋଲାକାର ୧ ପାଉଣ୍ଡ କଏନ୍ ପରିବର୍ତ୍ତନ କରି ନୂଆ କଏନ୍ ଆଣିବା ସମୟରେ ଏହି ଭୁଲ ହୋଇଥିଲା । ତେବେ ଏହି ଭୁଲ ପାଇଁ ୧ ପାଉଣ୍ଡ କଏନ୍ ୨୦୧୮ ମସିହାରେ eBayରେ ୨୦୫ ପାଉଣ୍ଡରେ ବିକ୍ରି ହୋଇଥିଲା ।

ବେଳେବେଳେ ଆମେ ପାଖରେ ଥିବା ମୁଦ୍ରାକୁ ଅଣଦେଖା କରିଥାଉ । କିନ୍ତୁ ସତ୍ୟ ହେଉଛି ଏଭଳି ବିରଳ ମୁଦ୍ରା ଅନେକ କାରଣରୁ ବହୁ ମୂଲ୍ୟବାନ ହୋଇପାରେ । ଯେପରିକି ସେମାନଙ୍କର ମୁଦ୍ରଣ, ମେଣ୍ଟେଜ୍ କିମ୍ବା ଇତିହାସ ଇତ୍ୟାଦି ଏହାକୁ ଖୁବ ସ୍ପେସାଲ କରିଛି । ଯଦି ଆପଣ କେବେ ଏଭଳି ମୁଦ୍ରା ପାଇଛନ୍ତି ଏବଂ ଏହା ମୂଲ୍ୟବାନ ହୋଇପାରେ ବୋଲି ଚିନ୍ତା କରୁଛନ୍ତି, ତେବେ ଏହାର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ଜଣେ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିପାରନ୍ତି । ତେଣୁ କେବେ ଏଭଳି ମୁଦ୍ରା ପାଇଲେ ସାଇତି ରଖନ୍ତୁ । ଏହା ଆପଣଙ୍କୁ ମାଲାମାଲ କରିପାରେ ।