ନୂଆଦିଲ୍ଲୀ : ଖରା ଦିନେ କେଶ ଝଡିବା ନୂଆ ନୁହେଁ । ପ୍ରାୟ ସମସ୍ତଙ୍କ ଠାରେ ଏଭଳି ସମସ୍ୟା ଦେଖାଯାଏ । ହିଟ୍ ୱେଭ୍ ବା ଗରମ ପବନ ଏସବୁ ପାଇଁ ଦାୟୀ ହୋଇପାରେ । ଏହା ବ୍ୟତୀତ ଆମେ ମଧ୍ୟ ଅଜାଣତରେ ଏଭଳି କିଛି ଭୁଲ କରି ଥାଉ ଯାହାଫଳରେ କେଶ ଝଡିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡେ । ତେବେ ଆସନ୍ତୁ ଜାଣିବା ସେହି ଭୁଲକୁ କିଭଳି ସୁଧାରିବେ ।
କେଶ ଝଡ଼ିବାର କାରଣ
ଗ୍ରୀଷ୍ମ ଋତୁରେ କେଶର ମୂଳ ଗରମ ପବନର ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ ମୂଳରେ ମଇଳା ଜମା ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ, ଏହି ମଇଳାକୁ ହଟାଇବା ପାଇଁ କେବଳ ସାମ୍ପୁରେ ସଫା କରିବା ଯଥେଷ୍ଟ ନୁହେଁ , ସଫା କରିବା ପାଇଁ ଆପଣଙ୍କୁ ଆଲୋଭେରା , ମହୁ ଏବଂ ହଦି ବ୍ୟବହାର କରିବାକୁ ପଡିବ ।
ସଫା କରିବା ଆବଶ୍ୟକ
କିଛି ଲୋକ କେଶକୁ ଅତ୍ୟଧିକ ଟାଣି ବାନ୍ଧିଥାଆନ୍ତି । ଏପରି କରିବା ମଧ୍ୟ ଭୁଲ । ଏହି କାରଣରୁ କେଶ ମଧ୍ୟକୁ ବାୟୁ ଚଳାଚଳ ବନ୍ଦ ହୋଇଯାଏ ଏବଂ ଜୀବାଣୁ ବଢିବାରେ ଲାଗେ । ଅତ୍ୟଧିକ ଟାଣିକି କେଶ ବାନ୍ଧିବା ଦ୍ୱାରା ରୂପି ମଧ୍ୟ ହୋଇଥାଏ ।
ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣ ହେତୁ କେଶ ଝଡିବା ଆରମ୍ଭ କରେ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆପଣ ବାହାରକୁ ଯାଆନ୍ତି, ଏକ ସ୍କାର୍ଫ କିମ୍ବା ମୁଣ୍ଡକୁ କମଭର କରି ଆସନ୍ତୁ ।
କିଛି ଲୋକ ପ୍ରତିଦିନ କେଶ ଧୋଇଥାନ୍ତି । ଏହା ଆପଣଙ୍କ ମୂଳକୁ ଦୁର୍ବଳ କରିପାରେ । ସାମ୍ପୁ ଭିତରେ ରାସାୟନିକ ପଦାର୍ଥ ଅଛି ଯାହା କେଶକୁ ନଷ୍ଟ କରିପାରେ । ଏହି ପରିପ୍ରେକ୍ଷୀରେ ସପ୍ତାହରେ ଦୁଇ କିମ୍ବା ତିନିଥର କେଶ ଧୋଇ ଦିଅନ୍ତୁ ।
ବେଳେବେଳେ ଶରୀରରେ ଜଳ ଅଭାବ ହେତୁ କେଶ ଝଡିବା ଅଧିକ ହୁଏ । ଏପରି ପରିସ୍ଥିତିରେ ଆପଣ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଇବା ଉଚିତ୍ । ଏହା କରିବା ଦ୍ୱାରା ଆପଣ କେଶକୁ ଝଡିବା ଠାରୁ ରକ୍ଷା କରିପାରିବେ ।