fbpx
BSKY SKY
BSKY SKY

ଓଡ଼ିଶାକୁ ଆଗକୁ ନେବ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’: ଅନ୍ୟ ରାଜ୍ୟରେ ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଦୁଃଖ ଦୂର ହେବ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ସହିତ ଗରିବ ଶ୍ରେଣୀର ଲୋକଙ୍କ ବିଭିନ୍ନ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଏଣିକି ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିଯିବ । ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଅନେକ ଓଡ଼ିଆ ରାଜ୍ୟର ପ୍ରଗତିରେ ଭାଗିଦାର ହେବାକୁ ଚାହୁଛନ୍ତି । ତେଣୁ ଓଡ଼ିଶାକୁ ବିଶ୍ୱ ଦରବାରରେ ଠିକ୍ ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ନିକଟରେ ଗଠନ କରିଛନ୍ତି ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ।

ଦେଶ ଓ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିବ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ । ଦିଲ୍ଲୀପ ରାଉତରାୟଙ୍କୁ ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦ ସହ ଏହି ନୂଆ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ପ୍ରବାସୀଙ୍କ ଜ୍ଞାନ କୌଶଳକୁ ରାଜ୍ୟର ବିକାଶ ଦିଗରେ ନିୟୋଜିତ କରାଯିବ । ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶରେ ରହିଥିବା ପ୍ରବାସୀଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ଦିଗରେ କାର୍ଯ୍ୟ କରିବା ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ।

ବିଶ୍ୱର ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ଓଡ଼ିଆ ସମ୍ମିଳନୀର ଆୟୋଜନ କରାଯିବା ସହ ଓଡ଼ିଆ ଭାଷା ସାହିତ୍ୟର କୃତୀକୁ ବିଭିନ୍ନ ଦେଶୀୟ ଓ ବିଦେଶୀ ଭାଷାରେ ଅନୁବାଦନ କରାଯିବ । ଏହାଛଡ଼ା ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ଦିଗରେ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ସହାୟତା କକ୍ଷ ଖୋଲିବାକୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସୁବିଧା ପାଇବାକୁ ହେଲେ ଅନ୍ୟ ରାଜ୍ୟକୁ ଯିବା ପୂର୍ବରୁ ଶ୍ରମିକମାନେ ନିଜ ରାଜ୍ୟରେ ପଞ୍ଜିକରଣ କରିବା ଦରକାର । ଫଳରେ ଅନ୍ୟ ରାଜ୍ୟରେ ପ୍ରବାସୀ କୌଣସି ସମସ୍ୟାରେ ପଡ଼ିଲେ ରାଜ୍ୟ ସରକାର ଏନେଇ ସହାୟତାର ହାତ ବଢ଼ାଇବେ । ଏ ପ୍ରସଙ୍ଗରେ ପ୍ରବାସୀ ଓଡ଼ିଆ ସଂଘ ସହିତ ଶ୍ରମ ବିଭାଗ ବୁଝାମଣାପତ୍ର ସ୍ୱାକ୍ଷର କରିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.