fbpx
BJD SKY
BJD SKY

ଛିଡା ହେବାପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ସମସ୍ୟା

BJD

ଆଜିକାଲିର ଅସ୍ୱସ୍ଥ୍ୟକର ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ କାରଣରୁ ଆମେ ଅନେକ ପ୍ରକାର ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଆମକୁ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ତେବେ ଆପଣ ଅନେକ ସମୟରେ ନଜର ରଖିଥିବେ ଯେ ଛିଡା ହେବା ସୟରେ ହଠାତ୍ ଆମ ମୁଣ୍ଡ ବୁଲାଇ ଦେଇଥାଏ । ତେବେ ଏହାକୁ ଆମେ ଗୁଗୁରତ ଭାବେ ଗ୍ରହଣ କରିନଥାନ୍ତି । କିନ୍ତୁ ଯଦି ଏହା ବାରମ୍ବାର ହୋଇଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ହଠାତ ମୁଣ୍ଡ ବୁଲାଇବା ପଛର କାରଣ ଏବଂ ଏହାକୁ ନେଇ କଣ ରହିଥାଏ ସମସ୍ୟା ।

ହଠାତ୍ ଛିଡା ହେବା: ଆପଣ ଶୋଇଥିବା କିମ୍ବା ବସିଥିବା ପୋଜିସନରୁ ହଠାତ ଛିଡା ହେଲେ ଆପଣଙ୍କ ମୁଣ୍ଡ ବୁଲାଇବା ଏକ ସ୍ୱଭାବିକ କଥା । କାରଣ ଆମେ ଯେଉଁ ପୋଜିସନରେ ଥାନ୍ତି ସେହି ପୋଜିସନରେ ହିଁ ଆମର ରକ୍ତ ସଞ୍ଚାଳନ ହୋଇଥାଏ । ତେବେ ଆମେ ହଠାତ୍ ଛିଡା ହେଲେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇପାରେ ନାହିଁ । ତେଣୁ ମୁଣ୍ଡ ବୁଲାଇ ଦେଇଥାଏ । କିନ୍ତୁ ଏହିପରି ଯଦି ବାରମ୍ବାର ହେଉଥାଏ ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ୱାର୍କ ଆଉଟ୍ ବା କାମ ଚାପ: ଯେତେବେଳେ ।ପଣ କିଛି କାମ କରିଥାନ୍ତି ଏହା ଆପଣଙ୍କ ମାଂସପେଶି ଆପଣଙ୍କ ହୃଦୟରେ ରକ୍ତସଞ୍ଚାଳନ ଅଧିକ କରିଥାଏ । କିନ୍ତୁ ଆପଣ ଯଦି ହଠାତ୍ ଅଟକି ଯାଆନ୍ତି ତେବେ ରକ୍ତ ତା ସ୍ଥାନକୁ ।ସିବାକୁ ସମୟ ନେଇଥାଏ । ତେଣୁ ସେହି ସମୟରେ ହିଁ ମୁଣ୍ଡବୁଲାଇଥାଏ । ତେବେ ଏହିପିର ଯଦି ବାରମ୍ବାର ହେଉଛି ତେବେ ଏହା ଆପଣଙ୍କ ହୃଦୟ ଏବଂ ମସ୍ତଷ୍କ ଉପରେ ପ୍ରଭାବ ପକାଇପାରେ ତେଣୁ ଆପଣ କିଛି କାମ କରିବା ପୂର୍ବରୁ ଅଧିକ ମାତ୍ରାରେ ପାଣି ପିଅନ୍ତୁ ଏବଂ କାମ ମଠିରେ ମଠିରେ ପାଣି ପିଉଥାନ୍ତୁ ।

ତେବେ ମୁଣ୍ଡ ବୁଲାଇବାର ଆହୁରି ଅନେକ କାରଣ ରହିଛି । ଏତତ୍ ବ୍ୟତୀତ ଏହି ମୁଣ୍ଡବୁଲାଇବା କୌଣସି ରୋଗର କାରଣ ମଧ୍ୟ ହୋଇପାରେ । ବର୍ତ୍ତମାନ ।ସନ୍ତୁ ଜାଣିବା କେଉଁ ରୋଗ ପାଇଁ ହଠାତ ମୁଣ୍ଡ ବୁଲାଇଥାଏ ।

ପୋଷ୍ଟୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚାଇକାର୍ଡିଆ ସିଣ୍ଡ୍ରୋମ୍ (POTS)
ପୋଟସ୍ ହେଉଛି ଏକ ଗୁରୁତର ପ୍ରକାରର ଅର୍ଥୋଷ୍ଟାଟିକ୍ ବା ଅସହିଷ୍ଣୁତା । ଯେଉଁଠାରେ ଆପଣ ଠିଆ ହେବାବେଳେ ଆପଣଙ୍କୁ ସର୍ବଦା ଦୁର୍ବଳ ମୁଣ୍ଡ ବୁଲାଇଦେଇଥାଏ । ଯଦି ଆପଣଙ୍କର POTSର ସମସ୍ୟା ଅଛି, ତେବେ ଆପଣଙ୍କ ଶରୀର ଆପଣଙ୍କ ରକ୍ତଚାପକୁ ନିଜେ ନିୟନ୍ତ୍ରଣ କରିପାରେ ନାହିଁ । ତେଣୁ ଶରୀରର ସ୍ଥିତିରେ ପରିବର୍ତ୍ତନ ଦୀର୍ଘ ସମୟ ପର୍ୟ୍ୟନ୍ତ ମୁଣ୍ଡ ବୁଲାଇପାରେ । ତେବେ ଏପରି କିଛି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏତତ୍ ବ୍ୟତୀତ ଯଦି ନିୟମିତ ଭାବରେ ମୁଣ୍ଡବୁଲାଉଥାଏ କିମ୍ବା କୌଣସି ଔଷଧ ସେବନ ଦ୍ୱାରା ଏପରି ହୋଇଥାଏ ଏଥିପାଇଁ ମଧ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.