fbpx
BJD SKY
BJD SKY

ଚଳିତମାସରେ ବିକ୍ରି ହେବାକୁ ଯାଉଛି ବଡ଼ ସରକାରୀ ବ୍ୟାଙ୍କ ! ପ୍ରସ୍ତୁତି ଆରମ୍ଭ, ଆପଣଙ୍କର ନାହିଁ ତ ଆକାଉଣ୍ଟ ?

BJD

ନୂଆଦିଲ୍ଲୀ: ଘରୋଇଗରଣ ବିରୋଧରେ ସରକାରୀ କର୍ମଚାରୀମାନେ ଲଗାତାର ଧର୍ମଘଟ କରିବାରେ ଲାଗିଛନ୍ତି । ଏହା ପରେ ବି ସରାକର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସରକାର ଚଳିତମାସରେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିବାକୁ ଯାଉଛନ୍ତି । ବିଭାଗ ସହ ଜଡିତ ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ଟେଣ୍ଡର ଆମନ୍ତ୍ରଣ କରିପାରନ୍ତି ।

କେନ୍ଦ୍ର ସରକାର ଏବଂ ଜୀବନ ବୀମା ନିଗମ ଅଫ୍ ଇଣ୍ଡିଆ (ଏଲଆଇସି) ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ । ଶୁକ୍ରବାର ଦିନ ଏହାର ସୂଚନା ଦିଆଯାଇଛି । ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ) ଅକ୍ଟୋବର ୭ ରେ ସମ୍ଭାବିତ ବିଡରଙ୍କ ଠାରୁ ଇଡଆଇକୁ ଆମନ୍ତ୍ରଣ କରିବ ।

ତେବେ ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୪୫.୪୮ ପ୍ରତିଶତ ଥିବାବେଳେ ଏଲଆଇସିର ଅଂଶ ୪୯.୨୪ ପ୍ରତିଶତ ରହିଛି । କୁହାଯାଉଛି ଯେ ସରକାର ଏବଂ ଏଲଆଇସି ଆଇଡିବିଆଇ ବ୍ୟାଙ୍କର କିଛି ଅଂଶ ବିକ୍ରି କରିବେ ଏବଂ ତା’ପରେ ପରିଚାଳନା ନିୟନ୍ତ୍ରଣ ମଧ୍ୟ କିଣିଥିବା ମ୍ୟାନେଜମେଣ୍ଡକୁ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.