fbpx
BJD SKY
BJD SKY

ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ: କେବଳ ଏହି ଲୋକଙ୍କୁ ମିଳିବ ସବସିଡିର ଟଙ୍କା

BJD

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର ନେଇପାରିବେ ଜାଣିଛନ୍ତି କି ? ଏହାକୁ ନେଇ ନିୟମ ଜାରି ହୋଇଛି । ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର…

ତେବେ ବର୍ତ୍ତମାନଠାରୁ ଗ୍ରାହକଙ୍କ ପାଇଁ ରୋଷେଇ ଗ୍ୟାସ ସିଲିଣ୍ଡରର ସଂଖ୍ୟା ଫିକ୍ସ କରାଯାଇଛି । ବର୍ତ୍ତମାନଠାରୁ ଯେକୌଣସି ଗ୍ରାହକ ଗୋଟିଏ ବର୍ଷରେ କେବଳ ୧୫ ସିଲିଣ୍ଡର ବୁକ୍ କରିପାରିବେ । ଅର୍ଥାତ୍ ଏବେଠାରୁ ଆପଣ ଗୋଟିଏ ବର୍ଷରେ ୧୫ ରୁ ଅଧିକ ସିଲିଣ୍ଡର ନେଇପାରିବେ ନାହିଁ । ସେହିପରି ଆପଣ ଗୋଟିଏ ମାସରେ ୨ ରୁ ଅଧିକ ସିଲିଣ୍ଡର ନେଇପାରିବେ ନାହିଁ ।

ଏବେ ସିଲିଣ୍ଡର ନେବା ପାଇଁ ନୂତନ ନିୟମ ପ୍ରସ୍ତୁତ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସିଲିଣ୍ଡର ପାଇବା ପାଇଁ ମାସ କିମ୍ବା ବର୍ଷର କୌଣସି କୋଟା ସ୍ଥିର କରାଯାଇ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଷକ ମଧ୍ୟରେ ସବସିଡିଯୁକ୍ତ ସିଲିଣ୍ଡର ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି । ଯଦି ଆପଣ ୧୫ ସିଲିଣ୍ଡର ନିଅନ୍ତି, ତେବେ ଆପଣଙ୍କୁ କେବଳ ୧୨ଟି ସିଲିଣ୍ଡରର ସବସିଡି ମିଳିବ ।

ଆଇଓସି ଅନୁଯାୟୀ, ଅକ୍ଟୋବର ୧ ରୁ ନୂଆ ଗ୍ୟାସ ମୂଲ୍ୟ ପ୍ରକାଶ ପାଇଛି । ଏହା ପରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫ ଟଙ୍କା, ଚେନ୍ନାଇରେ ୧୦୬୮.୫ ଟଙ୍କା ଏବଂ କୋଲକାତାରେ ୧୦୭୯ ଟଙ୍କା ରହିଛି ।

Get real time updates directly on you device, subscribe now.