fbpx
BJD SKY
BJD SKY

କେମିତି ହେଲା ମୃତ୍ୟୁ ଆଉ କେମିତି ଥିଲା ଶେଷ ୧୨ ଘଣ୍ଟା ? ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁକୁ ନେଇ ରହିଛି ଅନେକ ପ୍ରଶ୍ନ…

BJD

ନିଜର ଶବ୍ଦ, ମୁହଁର ଚମକ ଏବଂ ବୁଦ୍ଧି କାରଣରୁ ସମସ୍ତଙ୍କ ମନରେ ଆଜି ପର୍ଯ୍ୟନ୍ତ ଜଣେ ମହାନ ପୁରୁଷ ହୋଇ ରହିପାରିଛନ୍ତି ସ୍ୱାମୀ ବିବେକାନନ୍ଦ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ଲାଲ ବାହାଦୁର ସାସ୍ତ୍ରୀ ଏବଂ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ମାନିଛନ୍ତି । ତେବେ ସ୍ୱାମୀ ବିବେକାନନ୍ଦଙ୍କ ବ୍ୟକ୍ତିତ୍ୱରେ ଏମିତି କଣ ଥିଲା ଯେଉଁଥିପାଇଁ ତାଙ୍କ ଆଡ଼କୁ ସାରା ଦୁନିଆ ଆକର୍ଷିତ ହେଉଥିଲା ।

୧୮୬୩ ମସିହା ୧୨ ଜାନୁଆରୀ ମକର ସଂକ୍ରାନ୍ତିରେ ଜନ୍ମ ହୋଇଥିଲେ ସ୍ୱାମୀ ବିବେକାନନ୍ଦ । ତାଙ୍କୁ ଘରେ ଡାକୁଥିଲେ ନରେନ୍ଦ୍ର ଦତ୍ତ । ତେବେ ବିବେକାନନ୍ଦ ବହୁତ ବୁଦ୍ଧିମାନ ଥିଲେ । ଯେତେବେଳେ ସେ ରାମକୃଷ୍ଣ ପରମହଂସଙ୍କର ପ୍ରସଂସା ଶୁଣିଥିଲେ ସେତେବେଳେ ସେ ତାଙ୍କୁ ଦେଖିବାକୁ ଚାହୁଁଥିଲେ । ଦିନେ ସେ କାହାକୁ କିଛି ନ ଜଣାଇ ପରମହଂସଙ୍କ ପାଖରେ କିଛି ତର୍କ କରିବା ପାଇଁ ପହଞ୍ଚିଥିଲେ । ଏହାପରେ ରାମକୃଷ୍ଣଙ୍କ ସହ ତର୍କ କରୁ କରୁ ତାଙ୍କର ଶିଷ୍ୟ ହୋଇ ଯାଇଥିଲେ ବିବେକାନନ୍ଦ । ମାତ୍ର ୨୫ ବର୍ଷରେ ହିଁ ବିବେକାନନ୍ଦ ଗେରୁଆ ବସ୍ତ୍ର ଧାରଣ କରି ପୁରା ଭାରତର ପରିକ୍ରମା କରିଥିଲେ ।

ତେବେ ସ୍ୱାମୀ ବିବେକାନନ୍ଦଙ୍କର ମୃତ୍ୟୁ ୧୯୦୩ ମସିହାରେ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁର କାରଣକୁ ନେଇ ରହିଛି ଅନେକ ରହସ୍ୟ । ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ ଥିଲା ତାହା ଜଣା ନାହିଁ । ଉପରକୁ ଚିକ୍କଣ ଏବଂ ଚମକରେ ମରପୂର ଦେଖା ଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କୁ କିନ୍ତୁ ୩୧ରୁ ଅଧିକ ପ୍ରକାରର ରୋଗ ଥିଲା । ସେଥିମଧ୍ୟରୁ ଗୋଟିଏ ହେଉଛି ନିଦ୍ରାରୋଗ । ତେବେ ଜୀବନର ଶେଷ ଦିନ ଗୁଡ଼ିକୁ ସେ ତାଙ୍କର ଶିଷ୍ୟ ମାନଙ୍କ ସହ ଅତିବାହିତ କରିଥିିଲେ । ଶ୍ଳୋକ ଏବଂ ୟଦୁର୍ବେଦର ବ୍ୟାଖ୍ୟା କରିଥିଲେ ଶିଷ୍ୟ ମାନଙ୍କ ଆଗରେ । ବିବେକାନନ୍ଦ କ’ଣ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେକି ତାଙ୍କୁ ଆଉ ଏକ ବିବେକାନନ୍ଦର ଆବଶକତା ରହିଛି । ଶିଷ୍ୟ ମାନଙ୍କର କହିବା ମୁତାବିକ ସ୍ୱାମୀ ବିବେକାନନ୍ଦ ତାଙ୍କର ଶେଷ ସମୟରେ ବି ଧ୍ୟାନ କରିବାକୁ ଭୁଲି ନଥିଲେ । ଏମିତିକି ମାନେ ୪ ଜୁଲାଇ ୧୯୦୨ରେ ମୃତ୍ୟୁ ସମୟରେ ମଧ୍ୟ ସେ ଧ୍ୟାନ କରିବାକୁ ଭୁଲି ନଥିଲେ । ଧ୍ୟାନ କରୁଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ କୁହାଯାଏ କି ସ୍ୱାମୀ ବିବେକାନନ୍ଦଙ୍କର ମୃତ୍ୟୁର କାରଣ ତାଙ୍କୁ ତୃତୀୟ ଥର ପାଇଁ ହାର୍ଟଆଟାକ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ଅନ୍ତିମ ସକ୍ରାର ପଶ୍ଚିମବଙ୍ଗର ବେଲୁର ସ୍ଥିତ ଗଙ୍ଗା ତଟରେ କରାଯାଇଥିଲା । ଯେଉଁଠାରେ ଏବେ ବେଲୁର ମଠ ରହିଛି । ମୃତ୍ୟୁ ବେଳକୁ ବିବେକାନନ୍ଦଙ୍କର ବୟସ ମାତ୍ର ୩୯ ବର୍ଷ ଥିଲା । ହେଲେ ବିବେକାନନ୍ଦଙ୍କର ମୃତ୍ୟୁକୁ ନେଇ ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିଲା କି ବିବେକାନନ୍ଦଙ୍କର ମୃତ୍ୟୁ ତାଙ୍କ ମୁଣ୍ଡରେ ଯାଇଥିବା ଭେନ୍ ଫାଟିଯିବାରୁ ହିଁ ହୋଇଥିଲା ।

Get real time updates directly on you device, subscribe now.