fbpx

ଶନିବାର ଦିନ ୫ ରାଶିର ଲୋକ ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ଅଶୁଭ ପ୍ରଭାବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି । ଯେଉଁମାନେ ଭଲ କାମ କରନ୍ତି ସେମାନେ ଶୁଭ ଫଳ ପାଆନ୍ତି ଏବଂ ଭୁଲ କାମ କରିଥିବା ଲୋକଙ୍କୁ ଦଣ୍ଡ ଦିଅନ୍ତି । ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଏକ ଖାସ୍ ଦିନ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି କି, ଏହି ଦିନ କିଛି ଉପାୟ ପାଳନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ।

ଶନିବାର ଦିନ ଶନିଦେବ ସମ୍ବନ୍ଧୀୟ ଉପାୟକୁ କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ । ରୋଜଗାର ଓ ଚାକିରିରେ ଅଗ୍ରଗତି ମିଳିଥାଏ । ବର୍ତ୍ତମାନ ମକର, କୁମ୍ଭ ଓ ଧନୁ ରାଶିର ଲୋକଙ୍କ ଉପରେ ଶନିଙ୍କ ଖରାପ ନଜର ରହିଛି । ମିଥୁନ ଓ ତୁଳା ରାଶିର ଲୋକେ ମଧ୍ୟ ଶନିଙ୍କ ଦୃଷ୍ଟିରେ ଅଛନ୍ତି । ଫଳରେ ଏହି ରାଶିର ଲୋକଙ୍କ ଶନିଦଷାର ସାମ୍ନା କରିବାକୁ ପଡୁଛି । ଏପରି ପରିସ୍ଥିତିରେ ଆପଣ କିଛି ଉପାୟ ପାଳନ କରିବା ଦ୍ୱାରା ଏହି ଶନିଦଷାରୁ ମୁକ୍ତି ପାଇପାରିବେ…

– ସୁଖ, ସମୃଦ୍ଧି ଏବଂ ଭାଗ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ଶନିବାର ସନ୍ଧ୍ୟାରେ କଳା କୁକୁର କିମ୍ବା ଏକ କଳା ଗାଣକୁ ରୁଟି ଖାଇବାକୁ ଦେବା ଉଚିତ୍ ।

– ଶନିବାର ଦିନ ଶନି ଯନ୍ତ୍ରଙ୍କୁ ପୂଜା କରାଯିବା ଉଚିତ୍ । ମାନ୍ୟତା ରହିଛି କି, ଏପରି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ନିଜର କୃପାବର୍ଷା କରନ୍ତି ।

– ଶନିବାର ଦିନ ହନୁମାନଙ୍କୁ ପୂଜା କରି ଶନି ଚଲିସା ପାଠ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ।

– ଶନିବାର ଦିନ ଭଗବାନ ଶିବଙ୍କ ପୂଜା କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହି ଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ କମିଯାଏ ।

– ଶନିବାର ଦିନ ଗୋଟିଏ ଝାଡ଼ୁ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ରାଶି(ତିଲ୍) ମିଶ୍ରିତ ପାଣିରେ ଗାଧୋଇବା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।

– ଯଦି ସମ୍ଭବ ହୁଏ, ତେବେ ଶନିବାର ଦିନ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ । କୁହାଯାଏ କି, ଏପରି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ।

Get real time updates directly on you device, subscribe now.