fbpx
BJD SKY
BJD SKY

Airtel 5G ଏହି ସ୍ମାର୍ଟଫୋନରେ କାମ କରିବ: ଜାଣନ୍ତୁ ଆପଣଙ୍କ ଫୋନ ବିଷୟରେ…

BJD

ନୂଆଦିଲ୍ଲୀ: ଦେଶର ମୋଟ ୮ଟି ସହରରେ ଆରମ୍ଭ ହୋଇଛି ଏୟାରଟେଲ ଫାଇଭ-ଜି ପ୍ଲସ ସେବା । ରାଜଧାନୀ ଦିଲ୍ଲୀ, ବାରଣାସୀ ସମେତ ୮ଟି ସହରର ୟୁଜର୍ସ ଏବେ ଏହାର ଲାଭ ଉଠାଇ ପାରୁଛନ୍ତି । ଏବେ ୟୁଜର୍ସମାନଙ୍କୁ ଏହି ୫ଜି ସେବା ଉପଭୋଗ କରିବା ପାଇଁ କୌଣସି ଅଧିକ ଶୁକ୍ଳ ଦେବାକୁ ପଡିବ ନାହିଁ । କିନ୍ତୁ ଆପଣଙ୍କ ପାଖରେ ଏକ ୫ଜି ଫୋନ ଥିବା ନିହାତି ଆବଶ୍ୟକ । ତେବେ ସମସ୍ତ ମୋବାଇଲରେ ଏହି ସେବାର ଲାଭ ଉଠାଯାଇ ପାରିବ ନାହିଁ ବୋଲି ଜଣାଯାଇଛି । ଆସନ୍ତୁ ଜାଣିବା କେଉଁ ମୋବାଇଲ ୟୁଜର ନିଜ ମୋବାଇଲରେ ୫ଜି ସେବା ଉଠାଇ ପାରିବେ ।

ତେବେ ଆଇଫୋନର କୌଣସି ସ୍ମାର୍ଟଫୋନରେ ମଧ୍ୟ ୟୁଜର୍ସମାନେ ୫ଜି ସେବା ପାଇପାରବେ ନାହିଁ । ଏଥିପାଇଁ ଆପଣଙ୍କୁ ଅପଡେଟ ଇନଷ୍ଟଲ କରିବାକୁ ହେବ ଏବଂ କମ୍ପାନୀ ଖୁବଶୀଘ୍ର ଏକ ଓଟିଏ ଅପଡେଟ ଜାରି କରିପାରନ୍ତି । ସେହିପରି ସାମସଙ୍ଗ ଗ୍ୟାଲେକ୍ସି ଏସ୨ ସିରିଜ, ଫୋଲ୍ଡ ୪, ଗ୍ୟାଲେକ୍ସି ଏ୫୩ ୫ଜି, ଗ୍ୟାଲେକ୍ସି ଏ୭୩ ୫ଜି ସମେତ ଅନ୍ୟାନ୍ୟ କିଛି ଫୋନରେ ୟୁଜର୍ସମାନଙ୍କୁ ୫ଜି ସର୍ଭିସ ମିଳିପାରିବ । ରିଏଲମିର ଅଧିକାଂଶ ସ୍ମାର୍ଟଫୋନରେ ୟୁଜରମାନଙ୍କୁ ୫ଜି ସପୋର୍ଟ ମିଳୁଥିବା ବେଳେ ୱାନ ପ୍ଲସର କିଛି ସ୍ମାର୍ଟଫୋନ ୫ଜି ପାଇଁ ପ୍ରସ୍ତୁତ ରହିଛି ।

ତେବେ ସାଓମି, IQ00ର ଅଧିକାଂଶ ସ୍ମାର୍ଟଫୋନ ୫ଜି ପାଇଁ ପ୍ରସ୍ତୁତ ହୋଇ ସାରିଛି । ଓପୋର ଫ୍ଲାଗସିପ ଏବଂ ପ୍ରିମିୟମ ଫୋନ ୫ଜି ପାଇଁ ପ୍ରସ୍ତୁତ ହୋଇଥିଲେ ବି ଅନ୍ୟଗୁଡିକୁ ଅପେକ୍ଷା କରିବାକୁ ପଡିବ । ଅନ୍ୟପକ୍ଷରେ ଭିଭୋର ଅଧିକାଂଶ ଫୋନକୁ ୫ଜି ସେବା ମିଳିପାରିଛି ।

ଅନେକ କମ୍ପାନୀର ସ୍ମାର୍ଟଫୋନରେ ୟୁଜର୍ସମାନଙ୍କୁ ୫ଜି ଅପ୍ସନ ମିଳୁନାହିଁ । ତେବେ ଏହି ଫୋନଗୁଡିକରେ ୫ଜି ଚାଲିବ କି ନାହିଁ ସେ ନେଇ ଏକ ବଡ ପ୍ରଶ୍ନ ଉଠିଛି । ତେବେ ଏହି ମୋବାଇଲରେ ମଧ୍ୟ ୫ଜି ସେବା ଉପଲବ୍ଧ ହୋଇପାରିବ । କିନ୍ତୁ ଆଗାମୀ ଅପଡେଟ ପର୍ଯ୍ୟନ୍ତ ୟୁଜରଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ହେବ । ଏହାପରେ ଆପଣ ନିଜ ସ୍ମାର୍ଟଫୋନରେ ୫ଜି ସେବା ପାଇପାରିବେ ।

Get real time updates directly on you device, subscribe now.