fbpx
BJD SKY
BJD SKY

ଦ୍ୱିତୀୟ ଦିନିକିଆ ଦେଖିିବେ M S Dhoni! ରାଞ୍ଚିରେ ହେବ ଭାରତ-ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଯୁଦ୍ଧ

BJD

ରାଞ୍ଚି: ଦ୍ୱିତୀୟ ଦିନିକିଆ ପାଇଁ ଏବେ ରାଞ୍ଚିରେ ପହଞ୍ଚି ସାରିଛି ଭାରତୀୟ କ୍ରିକେଟ ଟିମ । ଏଠାରେ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବେ ଭାରତ-ଦକ୍ଷିଣ ଆଫ୍ରିକା । ଶିଖର ଧୱନଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟର ସାମନା କରିବା ପରେ ଦ୍ୱିତୀୟ ମ୍ୟାଚ ଭାରତ ପାଇଁ ଖୁବ ସ୍ପେଶାଲ ହେବାକୁ ଯାଉଛି । ଏହି ମ୍ୟାଚରେ ଟିମ ଇଣ୍ଡିଆ ପାଇଁ କମବ୍ୟାକର ସୁଯୋଗ ରହିଛି । ଏହା ସହିତ ସବୁଠୁ ବଡ କଥା ହେଉଛି ଏହି ମ୍ୟାଚରେ ଯୋଗ ଦେବେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ମ୍ୟାଚ ରାଞ୍ଚିର ଜେଏସସିଏ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଷ୍ୟାଡିୟମ ହେଉଛି ଭାରତୀୟ କ୍ରିକେଯର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀଙ୍କ ଘରୋଇ କ୍ରିକେଟ ଗ୍ରାଉଣ୍ଡ । ତେଣୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ସେ ମଇଦାନକୁ ଫେରିବେ ବୋଲି ଜଣାଯାଇଛି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଦେଖିବା ପାଇଁ ରାଞ୍ଚିରେ ପହଞ୍ଚିବେ କ୍ୟାପଟେନ କୁଲ ମାହି । ଏ ନେଇ ଅନେକ ଆଲୋଚନା ହେଉଥିଲେ ମଧ୍ୟ ଧୋନୀଙ୍କ ତରଫରୁ କିମ୍ବା ବିସିସିଆଇ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

୨୦୨୦ ଅଗଷ୍ଟ ୧୫ ତାରିଖରୁ ଧୋନୀ କ୍ରିକେଟ ଜଗତରୁ ଅବସର ନେବା ପରେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଆଇପିଏଲ ବ୍ୟତୀତ ଅନ୍ୟ ସମୟରେ ପରିବାର ଏବଂ ସାଙ୍ଗସାଥୀଙ୍କ ମେଳରେ ତାଙ୍କୁ ଦେଖାଯାଇଛି । ତେବେ ଧୋନୀ ସୋସିଆଲ ମିଡିଆରେ ସେତେ ଆକ୍ଟିଭ ନଥିଲେ ବି ପତ୍ନୀ ସାକ୍ଷୀ ଉଭୟଙ୍କର ଫଟୋ ସେୟାର କରିଥାନ୍ତି ।

Get real time updates directly on you device, subscribe now.