fbpx
BJD SKY
BJD SKY

୯୦ ବର୍ଷରେ ପଦାର୍ପଣ କଲା ଭାରତୀୟ ବାୟୁସେନା: ଚଣ୍ଡୀଗଡ଼ ଆକାଶରେ ନିଜର ଶକ୍ତି ଦେଖାଉଛନ୍ତି ବାୟୁ ବୀର

BJD

ଚଣ୍ଡିଗଡ: ଆଜି ହେଉଛି ୯୦ ତମ ଭାରତୀୟ ବାୟୁସେନା ଦିବସ । ଶତ୍ରୁ ଦେଶକୁ ମାତ ଦେବା ପାଇଁ ସଦା ସର୍ବଦା ପ୍ରସ୍ତୁତ ରହୁଥିବା ଭାରତୀୟ ବାୟୁସେନା ଆଜି ୯୦ ବର୍ଷରେ ପଦାର୍ପଣ କରିଛି । ତେବେ ଭାରତୀୟ ବାୟୁ ସେନା ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା । ଯାହାର ଆଦର୍ଶ ବାକ୍ୟ ବା ମୋଟେ ହେଉଛି, ନଭଃ ସ୍ପୃଶମ୍ ଦୀପ୍ତମ,ଯାହାକି ଭଗବତ୍ ଗୀତାର ଏକାଦଶ ଅଧ୍ୟାୟରୁ ଉଦ୍ଧୃତ ହୋଇଛି । ଏହାର ଅର୍ଥ ହେଉଛି ଗୌରବର ସହ ଆକାଶକୁ ଛୁଅଁ । ଭାରତୀୟ ବାୟୁସେନାର ପରିକ୍ରମା ଓ ପରାକଷ୍ଠା ଶତ୍ରୁ ଦେଶକୁ ସତେ ଯେପରି ଥରାଇ ଦେଇଥାଏ । ଯେଉଁ ଶକ୍ତି ପାଇଁ ଆଜି ସାରା ବିଶ୍ୱରେ ଭାରତୀୟ ବାୟୁସେନାପରିଚିତ ହୋଇପାରିଛି ।ପ୍ରଥମ ଥର ପାଇଁ ଇତିହାସ ବଦଳାଇ ଦିଲ୍ଲୀ ବାହାରେ ବାୟୁସେନା ଦିବସ ପାଳିତ ହେଉଛି । ହିନ୍ଦୋନ୍ ବାୟୁସେନା ଘାଟି ବାହାରେ ବାୟୁସେନା ପ୍ରତିଷ୍ଠା ଦିବସ ହେବାକୁ ଯାଉଛି । ତେବେ ଚଣ୍ଡୀଗଡ଼ ଆକାଶରେ ସୁଖନା ହ୍ରଦ ଉପରେ ୮୦ଟି ବିମାନ ସହ ବାୟୁ ବୀର ନିଜର ଶକ୍ତି ଦେଖାଉଛନ୍ତି । ଏଥିସହ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶଲ ଭି.ଆ.ର୍ ଚୌଧୁରୀ ନୂଆ ୟୁନିଫର୍ମ ଉନ୍ମୋଚନ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଭାରତର ପଡ଼ୋଶୀ ଦଶ ଚୀନ ଓ ପାକିସ୍ତାନ ମଧ୍ୟ ଭାରତୀୟ ବାୟୁବୀରଙ୍କ ଧର୍ଯ୍ୟ ଓ ପରାକ୍ରମ ଦେଖୁଛନ୍ତି । ଏତତ୍ ବ୍ୟତୀତ ପ୍ରଥମ ଥର ପାଇଁ ଏୟାରଫୋର୍ସ ଡେ ରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ହେଲିକପ୍ଟର ପ୍ରଚଣ୍ଡ ସାମିଲ ହୋଇଥିବା ଜଣାପଡିଛି ।ଏହି ସବୁ ବିମାନ ମଧ୍ୟରେ ରହିଛି ସବୁଠୁ ଶକ୍ତିଶାଳୀ ସୁଖୋଇ-୩୦, ରାଫେଲ, ମିରାଜ ୨୦୦୦, ମିଗ୍ -୨୯, ଜାଗୁଆର୍ ଭଳି ଫାଇଟର ଜେଟ୍ । ତେବେ ମେକ ଇନ ଇଣ୍ଡିଆ ଦ୍ୱାରା ନିର୍ମିତ LCH ପ୍ରଚଣ୍ଡ ଓ ତେଜସ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଏୟାର ସୋରେ ୪୪ଟି ଫାଇଟର ଏୟାରକ୍ରାଫ୍ଟ, ୭ଟି ଟ୍ରାନ୍ସପୋଟ୍ ଏୟାରକ୍ରାଫ୍ଟ, ୨୦ଟି ହେଲିକପ୍ଟର, ଏବଂ ୭ଟି ଭିନଟେଜ ଏୟାରକ୍ରାପ୍ଟ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେହିଭଳି ୯ଟି ଏୟାରକ୍ରାଫ୍ଟକୁ ଷ୍ଟାଣ୍ଡବାଇ ରଖାଯାଇଛି । ଏଥିପାଇଁ ବାୟସେନା ପକ୍ଷରୁ ଫୁଲ୍ ଡ୍ରେସ୍ ରିହଲସଲ ମଧ୍ୟ କରାଯାଇଛି । ୧୯୩୨ ଅକ୍ଟୋବର ୮ରେ ବ୍ରିଟିଶ୍ ରୟାଲ୍ ଏୟାଫୋର୍ସର ସହାୟକ ଭାବେ ପରାଧୀନ ଭାରତର ବାୟୁସେନାପ୍ରତିଷ୍ଠା ହୋଇଥିଲା । ୧୯୩୩ ଏପ୍ରିଲରେ ପ୍ରଥମ ଅପରେସନାଲ୍ ସ୍କ୍ୱାଡ୍ରନ୍ ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେବା ପରେ ଏହାକୁ ରୟାଲ୍ ଇଣ୍ଡିଆନ୍ ଏୟାର୍ଫୋର୍ସ ବୋଲି କୁହାଗଲା । ତେବେ ୧୯୫୦ରେ ଏହାକୁ ଇଣ୍ଡିଆନ୍ ଏୟାର୍ ଫୋର୍ସ ବା ଭାରତୀୟ ବାୟୁସେନାର ପରିଚୟ ମିଳିଥିଲା ।

ଚଳିତବର୍ଷ ଏୟାଫୋର୍ସ ଡେ’ ରେ ଆଉ ୨ଟି ନୂଆ କଥା ମଧ୍ୟ ଦେଖିବାକୁ ମିଳିଛିି । ପ୍ରଥମ ଥର ପାଇଁ ଜନସାଧାରଣଙ୍କ ଆଗରେ ନୂଆ ସ୍ୱଦେଶୀ ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ ନିଜ ବଳ ପ୍ରଦର୍ଶନ କରିଛି । ଏହାକୁ ଗତ ୩ ତାରିଖରେ ଯୋଧପୁରରେ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଛି । ୩ଟି ପ୍ରଚଣ୍ଡ ଫ୍ଲାଏପାଷ୍ଟରେ ସାମିଲ ହୋଇଛି । ୧୯୫୯ ଏପ୍ରିଲ୍ ୨୧ରେ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ ବା ମୋଟୋ ନଭଃ ସ୍ପୃଶମ୍ ଦୀପ୍ତମକୁ ଅନୁମୋଦନ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ଭଗବତ୍ ଗୀତାର ଏକାଦଶ ଅଧ୍ୟାୟରୁ ଏହା ଉଦ୍ଧୃତ ହୋଇଛି, ଯାହାର ଅର୍ଥ ଗୌରବର ସହ ଆକାଶକୁ ଛୁଅଁ ।

Get real time updates directly on you device, subscribe now.