fbpx

କିଡନୀ ଫେଲୁଅର୍ ହେବାକୁ ନେଇ ବଡ଼ ଖୁଲାସା: AIDS ଅପେକ୍ଷା ଅଧିକ ଅଛନ୍ତି ଡାଇବେଟିସ୍ ରୋଗୀ, ଏହି ରୋଗ କିଡନୀର ସବୁଠାରୁ ବଡ଼ ଶତ୍ରୁ

ନାମକରଣରେ ଖ୍ୟାତି ଅର୍ଜନ କରିଥିବା ଟିଭି ଅଭିନେତ୍ରୀ ଅନାୟା ସୋନିଙ୍କ ୨ଟି ଯାକ କିଡନୀ ଫେଲ୍ ହୋଇଥିଲା । ଅନାୟା ଇନଷ୍ଟାଗ୍ରାମରେ ଏକ ନୂଆ ନୋଟ୍ ସେୟାର କରି କହିଥିଲେ କି, ‘ମୋର ଅବସ୍ଥା ଗୁରୁତର ଏବଂ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି, ମୋତେ ଡାଏଲିସିସ୍ କିଡନୀ ପ୍ରତିରୋପଣ କରିବାକୁ ପଡିବ ।’ ଅନାୟା ୨୦୧୫ରୁ ଗୋଟିଏ କିଡନୀରେ ବଞ୍ଚିଥିବା ବେଳେ ତାଙ୍କ ପିତା ତାଙ୍କୁ ତାଙ୍କର ଗୋଟିଏ କିଡନୀ ଦେଇଥିଲେ । କିନ୍ତୁ ଏହି କିଡନୀ ମଧ୍ୟ କାମ ବନ୍ଦ କରିଦେଇଥିବାରୁ ପୁଣିଥରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଅନେକ ସେଲିବ୍ରିଟମାନେ ଏହି କାରଣରୁ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି ।

କ୍ରନିକ୍ କିଡନୀ ରୋଗ ବିଶ୍ୱବ୍ୟାପୀ ଏକ ପ୍ରମୁଖ ରୋଗ ବୋଲି ଜଣାଶୁଣା । ୧୯୯୦ ରୁ ୨୦୧୭ ଦୀର୍ଘ ୨୭ ବର୍ଷ ମଧ୍ୟରେ ସି.କେ.ଡି ରୋଗୀ ସଂଖ୍ୟା ୪୩% କୁ ବୃଦ୍ଧି ପାଇଛି । ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜର ରିପୋର୍ଟରେ କୁହାଯାଇଛି କି, ଏଡସ୍ ତୁଳନାରେ କ୍ରନିକ୍ କିଡନୀ ରୋଗରେ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି ଓ୨୦୧୭ରେ ସମଗ୍ର ଦୁନିଆରେ ୭୦ କୋଟି ଲୋକ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ଏହା ସହ କିଡନୀରେ ଗଡ଼ବଡ଼ ଯୋଗୁଁ ୧୩,୦୦,୦୦୦ ଲୋକ ହାର୍ଟ ସହ ଜଡ଼ିତ ରୋଗ ଓ ଷ୍ଟୋକର ଶିକାର ହୋଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ, ଅଳ୍ପ ବୟସରେ କିଡନୀ ଫେଲ ହେବାର କାରଣ କ’ଣ?

କିନ୍ତୁ ବର୍ତ୍ତମାନ ୨୦ ରୁ ୩୦ ବର୍ଷ ବୟସର ଲୋକଙ୍କଠାରେ ସିକେଡି ରୋଗୀ ଦେଖିବାକୁ ମିଳୁଛି । ଅନେକଥର ଛୁଆମାନଙ୍କଠାରେ ମଧ୍ୟ କିଡନୀ ଫେଲ ହେବାର ଦେଖିବାକୁ ମିଳୁଛି । ଜୟପୁର ଆପେକ୍ସ ହସ୍ପିଟାଲର ପରାମର୍ଶଦାତା ନେଫ୍ରୋଲୋଜିଷ୍ଟ ଡକ୍ଟର ଅଜୟ ପାଲ ସ୍ପଷ୍ଟ କରିଛନ୍ତି ଯେ, କିଡନୀ ରୋଗର ଦୁଇଟି ମୁଖ୍ୟ କାରଣ ହେଉଛି ଡାଇବେଟିସ୍ ଏବଂ ହାଇ ବ୍ଲଡ ପ୍ରେସର । କିନ୍ତୁ କିଶୋର ଓ ଯୁବକଙ୍କଠାରେ କ୍ରନିକ କିଡନୀର ରୋଗ ହେଉଥିବା ବେଳେ ଏହାକୁ ସିକେଡିୟୁ କୁହାଯାଉଛି । ଡାଇବେଟିସ୍ ଓ ହାଇ ବ୍ଲାଡ ପ୍ରେସର ଯୋଗୁଁ ନୁହେଁ ବରଂ ଏହା ଏପରି ଅବସ୍ଥା, ଯେଉଁଥିରେ ଆମର ଖାଇବା-ପିଇବା, ରହିବାଶୈଳୀ ଯୋଗୁଁ କିଡନୀ ପ୍ରଭାବିତ ହୋଇଥାଏ ।

ଉଦାହରଣ ସ୍ୱରୂପ, ପାନୀୟ ଜଳରେ ସିଲିକା, ୟୁରାନିୟମ୍, ଆର୍ସେନିକ୍, ଫ୍ଲୋରାଇଡ୍ ଏବଂ ଅନ୍ୟାନ୍ୟ ଭାରୀ ମେଟାଲ୍ସ ରହିଥାଏ । ଗରମ ଅଞ୍ଚଳରେ କାର୍ଯ୍ୟ କରିବା, ଡିହାଇଡ୍ରେସନ୍, ମେଡିସିନର ମାତ୍ରା ଗ୍ରହଣ କରିବା, କୀଟନାଶକ ବ୍ୟବହାର ଇତ୍ୟାଦି କିଡନୀ ରୋଗ ହେବାର ଆଶଙ୍କାକୁ ବଢ଼ାଇଥାଏ । ଏହି ଜିନିଷଗୁଡ଼ିକ ଆମର ଜୀବନଶୈଳୀ ସହିତ ମଧ୍ୟ ଜଡିତ । ଏହି କାରଣରୁ ସୃଷ୍ଟି ହୋଇଥିବା ରୋଗକୁ ଅଜଣା ଇଟିଓଲୋଜିର କ୍ରନିକ୍ କିଡନୀ ରୋଗ କୁହାଯାଏ । କେତେକ କ୍ଷେତ୍ରରେ ଏହା ଜେନେଟିକ୍ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.