fbpx

ଘରେ ରହି କୋଭିଡ ରୋଗୀ ଆୟୁର୍ବେଦିକ ଉପଚାର କରିପାରିବେ: ଡାକ୍ତର ବିମଳ କୁମାର ପଣ୍ଡା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି କୋଭିଡ ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ବ୍ୟବହାର ନେଇ ଦିଆଯାଇଛି ସୂଚନା ।

ଡାକ୍ତର ବିମଳ କୁମାର ପଣ୍ଡା ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ତୃତୀୟ ଲହରରେ ସଂକ୍ରମଣ ଅଧିକ ମାତ୍ରାରେ ସାଂଘାତିକ ନୁହେଁ । ଏହି ସଂକ୍ରମଣକୁ ଦୂର ପାଇଁ ଆୟୁର୍ବେଦ ବେଶ୍ ଉପଯୋଗୀ । ଅମୃତାରିଷ୍ଟ, ଅଣୁତୈଳ, ଦ୍ରାକ୍ଷାରିଷ୍ଟ ଆଦି ଚିକିତ୍ସା ପାଇଁ ବ୍ୟବହାର କରିହେବ । କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବେଶ୍ ଉପଯୋଗୀ ଆୟୁର୍ବେଦ । କୋଭିଡ ଆକ୍ରାନ୍ତଙ୍କ ପାଇଁ କାଢ଼ା ପିଇବା ବେଶ୍ ଲାଭଦାୟକ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ପଣ୍ଡା । ଆୟୁର୍ବେଦ ଔଷଧ ବ୍ୟବହାର କଲେ ଏହାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଆୟୁର୍ବେଦ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୁଏ । ଘରେ ରହି କୋଭିଡ ରୋଗୀ ଆୟୁର୍ବେଦିକ ଉପଚାର କରିପାରିବେ ।

କୋଭିଡ ରୋଗୀ ଶୋଇବା ବେଳେ ସର୍ପଗନ୍ଧା ଖାଇପାରିବେ । ଦୁର୍ବଳ ଲାଗୁଥିଲେ ଅଶ୍ୱଗନ୍ଧା ଚୂର୍ଣ୍ଣ ବ୍ୟବହାର କରାଯାଇପାରିବ, କାଶ ହେଉଥିଲେ କାଢ଼ା ପ୍ରସ୍ତୁତ କରି ପିଇପାରିବେ । ଲକ୍ଷଣ ଥିଲେ ସକାଳୁ ଓ ସନ୍ଧ୍ୟାରେ ଦୁଇଥର କାଢ଼ା ପିଇପାରିବେ । ଡାଇବେଟିସ ଏବଂ ହତୃଦରୋଗୀ ମଧ୍ୟ କାଢ଼ା ପିଇପାରବେ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଗୁଳୁଚି ବ୍ୟବହାର କରିପାରିବେ । ଅଶ୍ୱଗନ୍ଧା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଶିଶୁ ଓ କିଶୋରଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସ୍ୱର୍ଣ୍ଣ ପ୍ରାସନ୍ନ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିମଳ କୁମାର ପଣ୍ଡା ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ । ଆକ୍ଟିଭ କେସ୍ ୧୯୩୮୬ ରେ ପହଞ୍ଚିଛି । ଏହା ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯୮୧୧ ରେ ପହଞ୍ଚିଛି ।

Get real time updates directly on you device, subscribe now.