fbpx
BJD SKY
BJD SKY

ସ୍ୱାମୀ ଆଗରେ ସ୍ତ୍ରୀର ଶରୀରକୁ ‘ସୁନ୍ଦର’ କହିଦେଲା ଡାକ୍ତର, ରାଗରେ ଆସି ନିର୍ଧୂମ୍….

BJD

ନୂଆଦିଲ୍ଲୀ: ରୋଗୀଙ୍କ ପ୍ରଶଂସା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି । ମହିଳା ନିଜ ସ୍ୱାମୀଙ୍କ ଆଗରେ ଏହାର ଅଭିଯୋଗ କରିଥିଲେ, ଫଳରେ ରାଗରେ ଆସି ଡାକ୍ତରଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ସ୍ୱାମୀ । ଏହି ମାମଲା ଆଗକୁ ବଢ଼ିବା ପରେ ମହିଳାଙ୍କ ସ୍ୱାମୀଙ୍କୁ ଗୃହବନ୍ଦୀ କରାଯାଇଛି । ଅନ୍ୟପଟେ ଡାକ୍ତରଙ୍କ କହିବା ମୁତାବକ, ଚିକିତ୍ସା ସମୟରେ ସେ ମହିଳାଙ୍କ ସହିତ ଅତି ନମ୍ର ଭାବେ କଥା ହୋଇଥିଲେ ।

ତେବେ ଏହି ଘଟଣା ରୁଷରେ ଘଟିଛି, ଯେଉଁଠାରେ ଜଣେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଭ୍ଲାଦିମିର ଜିରନୋକ୍ଲେଭଙ୍କ ପାଖକୁ ଜଣେ ମହିଳା ନିଜ ସ୍ୱାମୀଙ୍କ ସହିତ ଚିକିତ୍ସା ପାଇଁ ଆସିଥିଲେ । ଚେକଅପ୍ ପରେ ଯେବେ ମହିଳା କ୍ଲିନିକରୁ ବାହାରିଥିଲେ, ସେବେ ଡାକ୍ତର ତାଙ୍କ ଶରୀରକୁ ‘ସୁନ୍ଦର’ କହିଥିବା ସେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ ।

ରିପୋର୍ଟ ମୁତାବକ, ଏହି କଥାରେ ମହିଳାଙ୍କ ସ୍ୱାମୀ ପ୍ରବଳ ରାଗି ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ପାଟିତୁଣ୍ଡ କରିବାକୁ ଲାଗିଲେ । ପାଟିତୁଣ୍ଡ ଏତେ ଆଗକୁ ଚାଲିଗଲା ଯେ, ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ମାରପିଟ୍ କରିବା ଆରମ୍ଭ କରିଥିଲେ । ଏହି ଆକ୍ରମଣରେ ଡାକ୍ତରଙ୍କ ନାକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଘଟଣାକୁ ନେଇ ଡାକ୍ତରଙ୍କ କହିବା ମୁତାବକ, ‘ମୁଁ ମହିଳାଙ୍କୁ ନିଜର କହୁଣୀ, ପେଟ ଓ ପିଠି ଦେଖାଇବାକୁ କହିଥିଲି । ହେଲେ ପୋଷାକ କାଢ଼ିବାକୁ କହିନଥିଲି ।’ ଚେକଅପ୍ ପରେ କୌଣସି ସମସ୍ୟା ନଥିବା କହିଥିଲି । ଏହା ସହ ‘ତୁମ ତ୍ୱଚା ବହୁତ ସୁନ୍ଦର’ ବୋଲି ମହିଳାଙ୍କୁ କହିଥିଲି ।’ କେବଳ ମହିଳାଙ୍କ ତ୍ୱଚାକୁ ସୁନ୍ଦର ବୋଲି ରାୟ ଦେଇଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.