fbpx

REET Paper Leak: ୨୦ ସରକାରୀ କର୍ମଚାରୀ ସସପେଣ୍ଡ, ୧୦୦ ଗିରଫ, ମାଷ୍ଟରମାଇଣ୍ଡ ଧରାପଡ଼ିନି

ନୂଆଦିଲ୍ଲୀ: ରାଜସ୍ଥାନର ସର୍ବବୃହତ୍ ଶିକ୍ଷକ ମାନଦଣ୍ଡ ପରୀକ୍ଷା ଅର୍ଥାତ ରିଟ୍ ପେପର ଲିକ୍ ମାମଲାରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୯ଟି ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ, ଦୁଇଜଣ ପୋଲିସ ଅଧିକାରୀ, ୧୨ ଶିକ୍ଷକ, ୩ ପୋଲିସ କର୍ମୀଙ୍କୁ ସସପେଣ୍ଡ କରିଦିଆଯାଇଛି । ତେବେ ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ ଖବଶୀଘ୍ର ଚାକିରିରୁ ବରଖାସ୍ତ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନ ରିଟ୍ ପରୀକ୍ଷା ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କୁ ଗିରଫ କରାଯାଇ ସାରିଛି । ମାତ୍ର ପେପର ଲିକ୍ କିପରି ହେଲା, ତା’ର ପ୍ରକୃତ କାରଣ ଜଣାପଡ଼ିନାହିଁ । ସସପେଣ୍ଡ ହୋଇଥିବା ଅଧିକାଂଶ ଅଧିକାରୀ ସବାଇ ମାଧୋପୁର ଜିଲ୍ଲାର ଅଟନ୍ତି, ଯେଉଁଠାରେ କି ଦୁଇଜଣ କନଷ୍ଟେବଳଙ୍କ ପତ୍ନୀଙ୍କ ମୋବାଇଲକୁ ପେପର ଆସିଥିଲା । ସବାଇ ମାଧୋପୁରର ବଜୀରପୁରର ଏସଡିଏମ୍ ଓ ସବାଇ ମାଧୋପୁରର ଡେପୁଟି ଏସପି ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଚଳିତ ବର୍ଷ ରିଟ୍ ପରୀକ୍ଷା ମୋଟ ୧୩ ଲକ୍ଷ ପରୀକ୍ଷାର୍ଥୀ ଦେଇଥିଲେ । ତେବେ ଏହା ଏକ ବଡ଼ଧରଣର ଘୋଟାଲା ହୋଇଥିବାରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ହାଇକୋର୍ଟରେ ଦୁଇଟି ଅଲଗା ଅଲଗା ମାମଲା ଦାୟର କରାଯାଇଛି ।

Get real time updates directly on you device, subscribe now.