fbpx

ଚୀନର ଲୋକେ ଏହି ଭାରତୀୟ ଡାକ୍ତରଙ୍କୁ କରନ୍ତି ପୂଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ହେଉଛି ଚୀନ । ମାତ୍ର ୧୯୬୨ ମସିହାର ଯୁଦ୍ଧ ପରଠୁ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଛି । ନିକଟରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁଁ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ତେବେ ଆପଣ ଜାଣନ୍ତି ଏତେ ସବୁ ତିକ୍ତତା ସତ୍ତ୍ୱେ ବି ଜଣେ ଭାରତୀୟ ଡାକ୍ତରଙ୍କ ପାଇଁ ଚୀନ ଲୋକ ପାଗଳ । ସେମାନେ ଏହି ଡାକ୍ତରଙ୍କ ଫ୍ୟାନ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଚୀନି ଲୋକ ଭଗବାନ ଭଳି ମାନୁଥିବା ଏହି ଡାକ୍ତର ଜଣଙ୍କ ନାମ ହେଉଛି ଦ୍ୱାରକାନାଥ କୋଟନିସ । ଭଗବାନ ଭଳି ଚୀନି ଲୋକ ତାଙ୍କୁ ପୂଜା କରନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଠିକ ବର୍ଷେ ପୂର୍ବରୁ ଚୀନର ଜାପାନ ସହ ଲଢେଇ ହୋଇଥିଲା । ଯେତେବେଳେ ଜାପାନ ଚୀନ ଉପରେ ଆକ୍ରମଣ କରିଥିଲା ସେହି ସମୟରେ ଇଂଲଣ୍ଡ, ଆମେରିକା ତଥା ଅନେକ ଦେଶର ସାହାଯ୍ୟ ମାଗିଥିଲା ଚୀନ । ଚୀନି ଜେନେରାଲ ଜବାହାରଲାଲ ନେହେରୁଙ୍କୁ ବି ଚିଠି ଲେଖିଥିଲେ । ମାତ୍ର ଏହି ସମୟରେ ଭାରତ ନିଜେ ସ୍ୱାଧୀନତା ପାଇ ନଥିଲା । ତଥାପି ମାନବତା ଦୃଷ୍ଟିକୋଣରୁ ଜବାହାର ଅନେକଙ୍କ ପରାମର୍ଶକ୍ରମେ ଚୀନକୁ ଭାରତର ଏକ ଡାକ୍ତରୀ ଦଳ ପଠାଇଥିଲେ ।

ଜବାହାରଲାଲ ନେହେରୁ ପଠାଇଥିବା ଡାକ୍ତରୀ ଦଳରେ ଡାକ୍ତର ଦ୍ୱାରକାନାଥ ମଧ୍ୟ ଥିଲେ । ସେ ବିଭିନ୍ନ ଦେଶ ବୁଲି ଲୋକଙ୍କ ସେବା କରିବାର ଇଚ୍ଛା ରହୁଥିଲେ । ଫଳରେ ଏହା ତାଙ୍କ ପାଇଁ ଏକ ସୌଭାଗ୍ୟର କାର୍ଯ୍ୟ ଥିଲା । ପ୍ରାୟ ୩ ବର୍ଷ ଚୀନର ଅଲଗା ଅଲଗା ପ୍ରାନ୍ତରେ ସେ ସୈନିକଙ୍କ ଚିକିତ୍ସା କରିଥିଲେ । ପ୍ରାୟ ୮୦୦ରୁ ଅଧିକ ସୈନିକଙ୍କ ସେ ଜୀବନ ବଞ୍ଚାଇଥିଲେ । ୧୯୪୦ ମସିହାରେ ସେ ଲଗାତାର ଭାବରେ ୭୨ ଘଣ୍ଟା ଅପରେଶନ କରି ଚୀନି ଲୋକଙ୍କ ଜୀବନ ବଞ୍ଚାଇଥିଲେ । ସେଠାରେ ଏହି ଡାକ୍ତରଙ୍କୁ ଏକ ନର୍ସଙ୍କ ସହ ପ୍ରେମ ମଧ୍ୟ ହୋଇଥିଲା । ଯାହାଙ୍କ ନାମ କିଙ୍ଗଲାନ ଥା । ତାଙ୍କୁ ୧୯୪୧ ମସିହାରେ ସେ ବାହା ହୋଇଥିଲେ । ସେ ଚୀନରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଲେ । ସେ ସେଠାରେ ଦିନରେ ପ୍ରାୟ ୧୭-୧୮ ଘଣ୍ଟା କାମ କରୁଥିଲେ । ଫଳରେ ସେ ଲୋକଙ୍କ ପାଇଁ ଭଗବାନ ସାଜିଗଲେ । ସେ ଚୀନରେ ରହୁଥିଲେ ଓ କେବେ କେମିତି ଭାରତ ଯାତ୍ରା କରୁଥିଲେ ।

Get real time updates directly on you device, subscribe now.