fbpx

୫,୦୦୦ ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୋଇଥିବାର ଦେଖିଛନ୍ତି ଡାକ୍ତର, ବହୁ ସତ ଘଟଣାର ବିଶ୍ଳେଷଣ ପରେ ଦାବୀ କଲେ ସ୍ୱର୍ଗ ଓ ନର୍କ ରହିଛି

ନୂଆଦିଲ୍ଲୀ: ଆପଣ ପ୍ରାୟ ସମୟରେ ଶୁଣିଥିବେ ବିଜ୍ଞାନକୁ ବିଶ୍ୱାସ କରୁଥିବା ଲୋକେ ଈଶ୍ୱର, ଜନ୍ମମୃତ୍ୟୁ, ସ୍ୱର୍ଗ ନର୍କ ପରି ଦର୍ଶନଶାସ୍ତ୍ରରେ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ଏବେ ଜଣେ ଡାକ୍ତର ଏହିସବୁ କଥାକୁ ସତ୍ୟ ବୋଲି ଦାବୀ କରିଛନ୍ତି । ଏହି ଡାକ୍ତର ଜଣକ ସ୍ପଷ୍ଟ ଭାବରେ କହିଛନ୍ତି ମୃତ୍ୟୁ ପରେ ଏକ ଜୀବନ ରହିଛି ଯେଉଁଠାରେ ସ୍ୱର୍ଗ ଓ ନର୍କ ପରି ସ୍ଥାନ ରହିଛି ।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁସାରେ ଡାକ୍ତର ଜେଫ୍ରେ ଲଙ୍ଗ କହିଛନ୍ତି ସ୍ୱର୍ଗ ନିଶ୍ଚୟ ରହିଛି । ଏହି ଡାକ୍ତର ଜଣକ ଆମେରିକାର କେଞ୍ଚୁକୀରେ ରେଡିଏସନ ଅଙ୍କୋଲଜିଷ୍ଟ ଭାବରେ କାମ କରିଥାନ୍ତି ଓ ସେ ତାଙ୍କ ଜୀବନରେ ହଜାର ହଜାର ରୋଗୀଙ୍କୁ ଯମରାଜଙ୍କ କବଳରୁ ଖସି ଆସିଥିବା ଦେଖିଛନ୍ତି । ଏହାପରେ ସେ ଦାବୀ କରିଛନ୍ତି ଏହା କେବଳ ବିଜ୍ଞାନ ନୁହେଁ ଦର୍ଶନ ମଧ୍ୟ ।

ଜେଫ୍ରେ ଲଙ୍ଗ ଏକ ନିୟର ଡେଥ୍ ଏକ୍ସପେରିଏନ୍ସ ରିସର୍ଚ୍ଚ ଫାଉଣ୍ଡେସନ ନିର୍ମାଣ କରିଛନ୍ତି । ବହୁ ନିଅର ଡେଥ୍ ଷ୍ଟୋରୀଜର ବିଶ୍ଲେଷଣ କରି ସେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି କି ସ୍ୱର୍ଗ ଅଛି । ସେ କହିଛନ୍ତି ଯେଉଁମାନେ କ୍ଲିନିକାଲି ଡେଥ୍ ହୋଇଯାଇଥାନ୍ତି ସେମାନଙ୍କ ଦେଖିବା, ଶୁଣିବା ଓ ଅନୁଭବ କରିବା କ୍ଷମତା ଜାରି ରହିଥାଏ । ଜଣେ ମହିଳା କ୍ଲିନିକାଲି ଡେଥ୍ ହେବା ପରେ ତାଙ୍କୁ ଲାଗିଥିଲା ଯେ, ତାଙ୍କ ଆତ୍ମା ଏକ ଘୋଡାରେ ସବାର ହୋଇ ଯାତ୍ରା କରୁଛି । ଅନ୍ୟଜଣେ ରୋଗୀ କହିଛନ୍ତି ତାଙ୍କୁ କ୍ଲିନିକାଲି ଡେଡ୍ ଘୋଷଣା କରାଯିବା ପରେ ସେ ଅନୁଭବ କରିଥିଲେ ତାଙ୍କ ଆଖି ସାମ୍ନାରେ ଏକ ସୁଡଙ୍ଗ ମଧ୍ୟରୁ ତେଜ ଆଲୋକ ଆସୁଛି । ସେ ଏହି ସମୟରେ ନିଜର କିଛି ମୃତ ସଂପର୍କୀୟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ଏହା ସହିତ ସେ ନିଜ ଆତ୍ମାକୁ ଚମକୁଥିବା ଏକ ଆଲୋକ ପରି ଦେଖିଥିଲେ ବୋଲି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ବହୁ ଲୋକ ଏପରି ଅନୁଭବ ଲାଭ କରିଛନ୍ତି । କ୍ଲିନିକାଲି ଡେଥ୍ ପରେ କିଛି ଲୋକ କଳା କୋଠରୀ ମଧ୍ୟରେ ଯାଉଥିବାର ଦେଖିଥିବା ବେଳେ ଆଉ କିଛି ଲୋକ ଖୁବ୍ ସୁନ୍ଦର ବଗିଚା ନିଜ ଆଖି ସାମ୍ନାରେ ଦେଖିଛନ୍ତି ।

Get real time updates directly on you device, subscribe now.