fbpx

Today’s gold rate : ସୁନାର ଦରରେ ଆସିଲା ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣି ନିଅନ୍ତୁ କ’ଣ ରହିଛି ଦାମ

ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ରେ ôହାସ ପାଉଥିବା ବେଳେ ଆଜି ସୁନାର ଦାମରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଆଜି ଭାରତୀୟ ବଜାରରେ ସୁନାର ଦାମ ସାମାନ୍ୟ ବଢିଯାଇଛି । ସୁନା କିଣିବାକୁ ଇଚ୍ଛୁକ ଥିଲେ ନଜର ପକାନ୍ତୁ ଭାରତୀୟ ବଜାରରେ କେତେ ରହିଛି ଆଜି ସୁନାର ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦଶ ଗ୍ରାମ ପ୍ରତି ୩୦୦ଟଙ୍କା ବୃଦ୍ଧି ପାଇ ୫୫,୦୦୦ଟଙ୍କା ହେବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୩୩୦ଟଙ୍କା ବୃଦ୍ଧି ପାଇ ୬୦,୦୦୦ଟଙ୍କା ହୋଇଛି ।

ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୦୦୦ ହୋଇଯାଇଛି । ଦେଶର ପ୍ରମୁଖ ସହରରେ ବି ସୁନାର ମୂଲ୍ୟ ବଢିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୫୦ଟଙ୍କା ଓ ୬୦,୧୫୦ଟଙ୍କା ରହିଛି । ସେହିଭଳି ରୂପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୭,୧୦୦ଟଙ୍କା ରହିଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.