fbpx

ଦୁନିଆର ସବୁଠୁ ଦାମୀ ବଟର! ଏହାର ଗୋଟିଏ ଖଣ୍ଡ ୨୭ ଲକ୍ଷରେ ହେଲା ବିକ୍ରି!

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ବଟର ସ୍ପେନରେ ବିକ୍ରି ହୁଏ। ଏହାକୁ ତିଆରି କରିବାର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବଟରର ଏକ ଖଣ୍ଡ ୨୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଉତ୍ତର ସ୍ପେନର କ୍ୟାବ୍ରାଲେସ୍ ନୀଳ ବଟର ନିଲାମରେ, € ୩୦,୦୦୦ ରେ ବିକ୍ରି ହୋଇଥିବା ୨.୨ କିଲୋଗ୍ରାମର ବଟର ଦୁନିଆର ସବୁଠୁ ଦାମୀ ବଟରର ଆଖ୍ୟା ଅର୍ଜନ କରିଛି। ଏହା ମଧ୍ୟ ରାଜ୍ୟର ୫୧ ତମ ବାର୍ଷିକ ପ୍ରତିଯୋଗିତାରେ କ୍ୟାବ୍ରାଲେସ୍ ଅଫ୍ ଦି ଇୟର ଜିତିଥିଲା।

ଲସ୍ ପୁଏରୋସ୍ କାରଖାନାର ମାଲିକ ଶ୍ରୀ ପେଣ୍ଡାସଙ୍କ ମାଆ ରୋସା ଭଡା । ସେ କହିଛନ୍ତି ଯେ, ୧୪୦୦ ମିଟର ଉଚ୍ଚତାରେ ଥିବା ଗୁମ୍ଫାରେ ୭C ‘ତାପମାତ୍ରାରେ ବଟର ତିଆରି ହୋଇଥିଲା, ଯେଉଁଠାରେ ପରିପକ୍ୱ ହେବାକୁ ଅତିକମରେ ଆଠ ମାସ ସମୟ ଲାଗିଥିଲା। ଏହି ବଟରଗୁଡିକ ରେଷ୍ଟୁରେଟର ଇଭାନ୍ ସୁଆରେଜଙ୍କୁ ବିକ୍ରି କରାଯାଇଥିଲା, ଯିଏ ଆଷ୍ଟୁରିଆରେ ଏଲ୍ ଲାଗାର୍ ଡି କଲୋଟୋର ମାଲିକ ଅଟନ୍ତି। ଶ୍ରୀ ସୁଆରେଜ୍ କହିଛନ୍ତି ଯେ, ଜମି ପ୍ରତି ଏକ ଉତ୍ସାହ ଏବଂ ବଟର ନିର୍ମାତାଙ୍କ କାର୍ଯ୍ୟର ସ୍ୱୀକୃତି ତାଙ୍କୁ ବଟର କିଣିବାକୁ ପ୍ରେରଣା ଦେଇଥିଲା।

ଯେତେବେଳେ ତାଙ୍କ କାରଖାନାର ଠିକଣା ପଚରାଗଲା, ଶ୍ରୀମତୀ ୱାଡା କହିଛନ୍ତି “ପୁ ଦେ କ୍ୟାବ୍ରାଲେସ୍ ଟାଉନ୍ ଏତେ ଛୋଟ ଯେ, ସେମାନେ ରାସ୍ତାର ନାମ ଦିଅନ୍ତି ନାହିଁ। କ୍ୟାବ୍ରାଲ୍ସର ସାଧାରଣ ମୂଲ୍ୟ କିଲୋ ପିଛା € ୩୫ ରୁ € ୪୦ ଅଟେ । ବଟର କଞ୍ଚା ଗାଈର କ୍ଷୀର କିମ୍ବା ମେଣ୍ଢା ଏବଂ ଛେଳି କ୍ଷୀରର ମିଶ୍ରଣ ବ୍ୟବହାର କରି ପ୍ରସ୍ତୁତ କରାଯାଏ ଏବଂ ପିକୋସ୍ ଡି ୟୁରୋପା ଜାତୀୟ ଉଦ୍ୟାନର କ୍ୟାବ୍ରାଲେସ୍ ଅଞ୍ଚଳର ଗୁମ୍ଫାରେ ଏହା ପରିପକ୍ଵ ହୁଏ । ପରିପକ୍ୱ ବଟରକୁ ଗୁମ୍ଫାରୁ ପାହାଡକୁ ପାଦରେ ନିଆଯାଏ। ପୂର୍ବ ଗିନିଜ ୱାର୍ଲ୍ଡ ରେକର୍ଡ ମୂଲ୍ୟ ୨୦୧୯ ରେ ଶ୍ରୀ ସୁଆରେଜ କିଣିଥିବା ଏକ ପନିର ପାଇଁ € ୨୦,୫୦୦ ରେ ସ୍ଥିର କରାଯାଇଥିଲା।

Get real time updates directly on you device, subscribe now.