fbpx

ବ୍ରେଷ୍ଟ କ୍ୟାନ୍ସର ପଛରେ ରହିଛି କି ବ୍ରା ? ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ କ୍ୟାନ୍ସରର ଶିକାର ହେଉଥିବା ଦେଖିବାକୁ ମିଳୁଛି । ମହିଳାଙ୍କୁ ସାଧାରଣତଃ ବ୍ରେଷ୍ଟ କ୍ୟାନ୍ସ ବା ସ୍ତନ କର୍କଟ ହେଉଥିବା ଜଣାପଡିଛି । ମହିଳାଙ୍କୁ ସ୍ତନ କର୍କଟକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି, ଯାହାକୁ ସେମାନେ ଅନ୍ଧବିଶ୍ୱାସ ପରି ଗ୍ରହଣ କରୁଛନ୍ତି । ଟାଇଟ୍ ବ୍ରା କିମ୍ବା କଳା ରଙ୍ଗର ବ୍ରା ପିନ୍ଧିବା ଦ୍ୱାରା ମହିଳାଙ୍କୁ ସ୍ତନ କର୍କଟ ହୋଇଥାଏ ବୋଲି କେତେକ ଭାବିଥାନ୍ତି । ତେବେ ଆସନ୍ତା ଜାଣିବା ଏହାର ପଛର ସତ୍ୟତା କ’ଣ…

ଡବ୍ଲୁଏଚଓ ଅନୁସାରେ, ମହିଳାଙ୍କଠାରେ ସ୍ତନ କର୍କଟ ଅତି ସାଧାରଣ କଥା ଓ ବିଶ୍ୱର ପ୍ରତିବର୍ଷ ପ୍ରାୟ ୨.୧ ମିଲିୟନ ମହିଳା ଏଥିରେ ପ୍ରଭାବିତ ହୋଇଥାଆନ୍ତି । ଏହି ଅବସ୍ଥାରେ ଜିନ୍ ପରିବର୍ତ୍ତନ କାରଣରୁ ସ୍ତନ କୋଷିକାଗୁଡ଼ିକ ବିଭାଜିତ ହେବାରେ ଲାଗିଥାଏ ଓ ଏହାର ଅନିୟନ୍ତ୍ରିତ ଭାବରେ ବଢ଼ିବା ବା ବିସ୍ତାରିତ ହୋଇଥାଏ ।

ବିଶେଷଜ୍ଞଙ୍କ କହିବାନୁସାରେ, ବ୍ରା ଏବଂ ସ୍ତନ କର୍କଟ ମଧ୍ୟରେ କୌଣସି ସମ୍ପର୍କ ମିଳିନାହିଁ । ଏହାର ଅର୍ଥ ହେଉଛି ଏହା ହେଉଛି ଏକ ଭ୍ରମ, ଯେଉଁଥିପାଇଁ ମହିଳାମାନଙ୍କ ମଧ୍ୟରେ ଭୁଲ ବୁଝାମଣା ବଢିବାରେ ଲାଗିଛି । ଅନେକ ସ୍ଥାନରେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଣ୍ଡର ୱିଅର ବ୍ରା କିମ୍ବା ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ଲିମ୍ଫରେ ରକ୍ତ ସଞ୍ଚାଳନକୁ ବନ୍ଦ ହୋଇଯାଏ, ଯେଉଁ କାରଣରୁ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ । କିନ୍ତୁ ଏହା କେବଳ ଏକ ଭ୍ରମ, ଅର୍ଥାତ୍ ଲୋକମାନେ ଭାବନ୍ତି ଯେ ବ୍ରା ପିନ୍ଧିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ବଢ଼ିଥାଏ, ଯାହାକି ସମ୍ପୂର୍ଣ୍ଣ ଭୁଲ ।

ଯେତେବେଳେ ମହିଳାମାନଙ୍କର ସ୍ତନ କର୍କଟ ହୁଏ, ତେବେ ସେମାନେ ସେହି ସ୍ଥାନରେ କଠିନ ଅନୁଭବ କରନ୍ତି । ଏହା ବ୍ୟତୀତ ନିପଲ ଲାଲ ଦେଖାଯିବା, କୁଣ୍ଡେଇହେବା ବା ଫୁଲିଯିବା ଭଳି ସମସ୍ୟା ଦେଖାଦେଇଥାଏ । ସ୍ତନର ଆକାରରେ ପରିବର୍ତ୍ତନ ଓ ସ୍ତନରୁ ରକ୍ତ ପରି ତରଳ ପଦାର୍ଥ ଭଳି ସମସ୍ୟା ମଧ୍ୟ ଦେଖାଯାଏ ।

Get real time updates directly on you device, subscribe now.