fbpx

ଚକୋଲେଟ୍ ଖାଇଲେ ହୋଇଥାଏ କି ବ୍ରଣ: ଜାଣନ୍ତୁ କଣ କହୁଛି ରିସର୍ଚ୍ଚ ?

Advertisement

ନୂଆଦିଲ୍ଲୀ: ଚକୋଲେଟ୍ ଏପରି ଏକ ଜିନିଷ ଯାହା ସମସ୍ତଙ୍କୁ ଖୁବ ଭଲ ଲାଗିଥାଏ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ପ୍ରାୟ ସମସ୍ତେ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଛୋତ ପିଲାମାନେ ଏହାକୁ ଖାଇବାକୁ ଅଧିକ ଭଲ ପାଇଥାନ୍ତି । କିନ୍ତୁ ଆମେ ବଡ ହେବାପରେ ଚକୋଲେଟ୍ ଖାଇବାର ଇଚ୍ଛା କିଛି ମାତ୍ରାରେ କମି ଯାଇଥାଏ । ତେବେ ଆପଣ ଜାଣିଛନ୍ତି କି କିଶୋର ଅବସ୍ଥାରେ ଅଧିକ ଚକୋଲେଟ୍ ଖାଇବା ଦ୍ୱାରା ଏହା ଆମର ତ୍ୱଚାର ବହୁତ କ୍ଷତି କରିଥାଏ । ତେବେ ଏହାକୁ ନେଇ ବୈଜ୍ଞାନିକମାନେ ଅନେକ ଅନୁସନ୍ଧାନ କରିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହାକୁ ନେଇ କଣ କହୁଛି ରିସର୍ଚ୍ଚ ?

କଣ କହୁଛି ରିସର୍ଚ୍ଚ: ଧାରଣତଃ କୁହାଯାଏ ଯେ ଅଧିକ ତେଲିଆ ଜିନିଷ ଖାଇବା ଦ୍ୱାରା ଅଧିକ ବ୍ରଣ ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁହଁରେ ବ୍ରଣ ବାହାରିବାର ଆଉ ଏକ କାରଣ ଚକୋଲେଟ ମଧ୍ୟ ହୋଇପାରେ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଚକୋଲେଟରେ ଅନେକ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ଶରୀର ପାଇଁ ଲାଭଦାୟକ । କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ଏହାକୁ ଅଧିକ ଖାଇବା ଦ୍ୱାରା ତ୍ୱଚାରେ ବ୍ରଣ ଆଦି ସମସ୍ୟା ବଢାଇଥାଏ ।

କ୍ଷୀର ଚକୋଲେଟରୁ କୌଣସି ପିମ୍ପଲ ହୁଏ ନାହିଁ: ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ଲିଭଲାଣ୍ଡ ମେଡିକାଲ ସେଣ୍ଟର ୟୁନିଭରସିଟି ହସ୍ପିଟାଲର ଚର୍ମରୋଗ ବିଶେଷଜ୍ଞ ଅଧ୍ୟୟନ ଅନୁଯାୟୀ ଚକୋଲେଟ୍ ଖାଇବା ଦ୍ୱାରା ତ୍ୱଚାରେ ପାଞ୍ଚରୁ ଅଧିକ ପିମ୍ପଲ୍ ହୋଇପାରେ। ତେବେ ସେମାନେ ଆହୁରୀ ମଧ୍ୟ କହିଛନ୍ତି ଯେ ଏହି ବ୍ରଣ ଫାଟିବା ପରେ ଏହା ଅଧିକ ହୋଇପାରେ । ତେବେ ଯେଉଁମାନଙ୍କୁ କ୍ଷୀର (ମିଲ୍କ) ଚକୋଲେଟ୍ ଖାଇଥାନ୍ତି ସେମାନଙ୍କୁ ପିମ୍ପଲ୍ ସମସ୍ୟା ହୋଇନଥାଏ । କିନ୍ତୁ ଯଦି କ୍ଷୀର ଏବଂ ଚିନି ମିଶ୍ରିତ ଚକୋଲେଟ ଖାଆନ୍ତି ତେବେ ଏହା ବ୍ରଣ ହେବାର କାରଣ ହୋଇପାରେ ।

ଡାର୍କ ଚକୋଲେଟ୍ ବଢାଇଥାଏ ବ୍ରଣ: ଅନ୍ୟପକ୍ଷରେ, ଥାଇଲ୍ୟାଣ୍ଡର ବ୍ୟାଙ୍କକକ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଅଧ୍ୟୟନ ଅନୁଯାୟୀ ସେମାନେ ଦାବି କରିଛନ୍ତି ଯେ ଚକୋଲେଟ୍ ପିମ୍ପଲର ଏକମାତ୍ର କାରଣ ହୋଇପାରିବ ନାହିଁ। ସେ କହିଛନ୍ତି ଯେ ପିମ୍ପଲ୍ ପାଇବା ପାଇଁ ଅନେକ କାରଣ ଦାୟୀ । ଖାଦ୍ୟ, ଜିନ୍, ପରିବେଶ ସହିତ ଅନେକ କାରଣ ଏଥିପାଇଁ ଦାୟୀ । ତେବେ ବିଶେଷଜ୍ଞମାନେ ତାଙ୍କ ଅଧ୍ୟୟନରେ ଡାର୍କ ଚକୋଲେଟର ବ୍ୟବହାର ବ୍ରଣ’ ବୃଦ୍ଧି କରିଥାଏ ବୋଲି କହିଛନ୍ତି । ତେବେ ଚକୋଲେଟ୍ ଖାଇବା ଦ୍ୱାରା ପିମ୍ପଲ୍ ବୃଦ୍ଧି ପାଇଥାଏ ବୋଲି କେତେକ ଅଧ୍ୟୟନରେ କୁହାଯାଇଥିବା ବେଳେ ଆଉ କେତେକ ଅଧ୍ୟୟନରେ ଏହାକୁ ବିଶେଷ ଧ୍ୟାନ ଦିଆଯାଇ ନାହିଁ ।

Get real time updates directly on you device, subscribe now.