fbpx
BJD SKY
BJD SKY

କରୋନା ପ୍ରୋଟୋକଲ୍ ଉଲଂଘନ କରି ମାଲିକ ସହ କୁକୁର ବି ଗିରଫ

BJD

ଇନ୍ଦୋର, ୬/୫ : କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶବ୍ୟାପୀ କଟକଣା ଲାଗୁ ହୋଇଛି । ଭୁତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମାନଙ୍କରେ କଟକଣାକୁ ଆହୁରି କଡାକଡି କରିଦିଆଯାଇଛି । ହେଲେ ମଦ୍ୟ କିଛି ଲୋକ ଗାଇଡଲାଇନ୍ ଭାଙ୍ଗି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି । ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ବିନା କାରଣରେ ନିଜ କୁକୁରକୁ ଧରି ବାହାରେ ବୁଲିବା ତାଙ୍କ ଉପରେ ଭାରି ପଡିଯାଇଛି । ମାଲିକର ଭୁଲ୍ ପାଇଁ କୁକୁରକୁ ମଧ୍ୟ ସଜ୍ଜା ଭୋଗିବାକୁ ପଡିଛି । ଉଭୟଙ୍କୁ ପୋଲିସ୍ ଗିରଫ କରିନେଇଛି ।

ସୁଚନା ଅନୁସାରେ, ଇନ୍ଦୋରରେ ପଲାସିୟା ଥାନା ଅଞ୍ଚଳରେ କରୋନା ଯୋଗୁଁ କର୍ଫ୍ୟୁ ଘୋଷଣା ହୋଇଛି । ଲୋକଙ୍କ ଗତି ବିଧି ଉପରେ ନଜର ରଖିବାକୁ ସବୁ ଅଞ୍ଚଳ ମାନଙ୍କରେ ପୋଲିସ୍ ର ଛାଉଣି ହୋଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ପୋଷା କୁକୁରକୁ ଧରି ବିନା କାରଣରେ ବାହାରେ ଆସି ବୁଲୁଥିଲା । ତେଣୁ ପୋଲିସ୍ କରୋନା ନିୟମ ଉଲଂଘନ କରିଥିବାରୁ ଉଭୟ ମାଲିକ ଏବଂ କୁକୁରକୁ ଗିରଫ କରି ନେଇଛି । ତେବେ ଉକ୍ତ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜଣେ ପୂର୍ବତନ ଡିଏସପିଙ୍କ ପୁଅ ବୋଲି ଜଣାପଡିଛି । ଦୁହିଁଙ୍କୁ ଅସ୍ଥାୟୀ ଜେଲ୍ କୁ ପଠାଇ ଦିଆଯାଇଥିବା ସୁଚନାରୁ ଜଣାପଡିଛି । କୁକୁରର ନାଁ ହେଲା ଜୁଜୁ ।

ତେବେ ଦୁହିଁଙ୍କୁ ଅସ୍ଥାୟୀ ଜେଲ୍ ପଠାଇ ଦିଆଯାଇଥିବା କଥାକୁ ପୋଲିସ୍ ଖଣ୍ଡନ କରିଛି । ପୋଲିସ୍ କହିଛି ଯେ ସେମାନଙ୍କୁ ଗିରଫ କରାଯାଇ ନାହିଁ । କେବଳ ଚେତାବନୀ ଦେଇ ଛାଡି ଦିଆଯାଇଛି । ହେଲେ ସେଠାକାର କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ଡିଏସପିଙ୍କ ପୁଅ ଏବଂ କୁକୁରକୁ ଗିରଫ କରି ପୋଲିସ୍ ଜେଲ୍ ପଠାଇଛି ।

Get real time updates directly on you device, subscribe now.