fbpx

ଘରେ ଘରେ ବଣ୍ଟାଯିବ କୋଭିଡ୍ ଟ୍ରିଟମେଣ୍ଟ କିଟ୍, ସରକାର କଲେ ଘୋଷଣା

ରାଜସ୍ଥାନ, ୬/୫ : କରୋନା ସଂକ୍ରମଣରେ ସାରା ଦେଶ ହନ୍ତସନ୍ତ ହେଉଥିବା ବେଳେ ରାଜସ୍ଥାନ ଏଥିରୁ ବାଦ୍ ପଡିନି । ସେଠାରେ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଗେହଲଟ୍ ସରକାର ଏନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଘରେ ଘରେ କୋଭିଡ୍ ଟ୍ରିଟମେଣ୍ଟ କିଟ୍ ବଣ୍ଟନ କରିବେ । ଏଥିରେ ବିଭିନ୍ନ ପ୍ରକାରର ମେଡିସିନ୍ ରହିବ । ଯେଉଁଥିରେ କରୋନାର ପ୍ରାଥମିକ ଲକ୍ଷଣମାନ ସହ ଲଢ଼େଇ କରିହେବ । ଏହି କିଟ୍ ସବୁକୁ ହୋମ ଆଇସୋଲେସନ୍ ରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଦିଆଯିବ । ଏଥିସହିତ ଯେଉଁ ଅଞ୍ଚଳ ମାନଙ୍କ ସଂକ୍ରମଣର ଆଶଙ୍କା ଅଧିକ ରହିଛି ସେହି ସବୁ ଅଞ୍ଚଳମାନଙ୍କରେ ମଧ୍ୟ ଏହି କିଟ୍ ବଣ୍ଟନ୍ କରାଯିବ । ଏହି ଯୋଜନା ମାଧ୍ୟମରେ ଗେହଲଟ୍ ସରକାର କରୋନା ମୁକାବିଲାର ରଣନୀତି ପ୍ରସ୍ତୁତ କରିଛନ୍ତି ।

ତେବେ ସ୍ୱାସ୍ଥ୍ୟ ସଚିବ ସିଦ୍ଧାର୍ଥ ମହାଜନ ଏନେଇ ଆଜି ସକାଳ ସମୟରେ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କୋଭିଡ୍ କିଟ୍ ରେ AZITHROMYCIN ର ତିନିଟି ଟାବ୍ଲେଟ୍, PARACETAMOL ର ୧୦ଟି ଟାବ୍ଲେଟ୍, LEVOCEITRIZINE ର ୧୦ଟି ଟାବ୍ଲେଟ୍, ZINK ର ୨୦ଟି ଟାବ୍ଲେଟ୍, ASCORBIC ACID ର ୧୦ଟି ଲେଖାଏଁ ଟାବ୍ଲେଟ୍ ରହିବ । ରାଜ୍ୟ ସରକାର ଏହି କୋଭିଡ୍ କିଟ୍ କୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଜରିଆରେ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ଏହା ସହିତ ଔଷଧ ଗୁଡିକର ଉପଲବ୍ଧତା ବିଷୟରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯଦି ଷ୍ଟକ୍ ପର୍ଯ୍ୟାପ୍ତ ନୁହେଁ ତେବେ ତୁରନ୍ତ ଏହାର ଉପଲବ୍ଧତାକୁ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ଥାନରେ ମେଡିସିନ୍ ମାଗଣାରେ ଦିଆଯାଉଛି ।

ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଏହି ଔଷଧ ଦ୍ୱାରା ସ୍ୱଳ୍ପ ଆକ୍ରାନ୍ତ ରୋଗୀ ମାନେ ନିଜର ଚିକିତ୍ସା ଶୀଘ୍ର ଆରମ୍ଭ କରି ପାରିବେ । ଆହୁରି ମଧ୍ୟ ଔଷଧ ପାଇଁ ଦୋକାନ ମାନଙ୍କରେ ଭିଡକୁ ମଧ୍ୟ କମ୍ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.