fbpx
BSKY
BJD SHG SKY
BJD YOUTH SKY

ଏହି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରହିଛି ମଦ

ପଞ୍ଜାବ ୬/୫: କୋଭିଡ୍ ଭୁତାଣୁ ସଂକ୍ରମଣ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଏବେ ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ ହୋଇଛି । ତେଣୁ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଏହା ଭିତରେ ପଞ୍ଜାବ ସରକାର କିଛି ଆଶ୍ଚର୍ଯ୍ୟ କରିବା ପରି ନିଷ୍ପତି ନେଇଛନ୍ତି । ପଞ୍ଜାବରେ ଲକଡାଉନ୍ ଏବଂ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ମଦକୁ ମଧ୍ୟ ସାମିଲ କରାଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରଙ୍କ ନିଷ୍ପତି ମୁତାବକ ସେଠାରେ ଲକଡାଉନ୍ ରେ ମଦ ଦୋକାନ ଖୋଲା ରହିବ । ତେବେ ପଞ୍ଜାବ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିକଟରେ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଲକଡାଉନ୍ ଘୋଷଣା କରିଥିଲେ । ସେ ଏହି ସମୟରେ

ଅତ୍ୟବଶ୍ୟକ ସାମଗ୍ରୀ ଭିତରେ ଔଷଧ ପନିପରିବା ଦୋକାନ, ତେଜରାତି, କ୍ଷୀର, ମାଉ ମାଂସ ଆଦି ଦୋକାନ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ସେତେବେଳେ ମଦ ଦୋକାନ ଖୋଲିବା ନେଇ କୌଣସି ନିଷ୍ପତି ନିଆଯାଇନଥିଲା । କିନ୍ତୁ ବର୍ତ୍ତମାନ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ମଦ ଦୋକାନ ମଧ୍ୟ ଲକଡାଉନ୍ ସମୟରେ ଖୋଲା ରହିବ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ବିବାହ ପାଇଁ କେବଳ ୧୦ ଜଣଙ୍କୁ ଏବଂ ଅନ୍ତିମ ସଂସ୍କାରରେ ୧୦ ଜଣଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.