fbpx
BJD SKY
BJD SKY

ଲକଡାଉନରେ ବାହାରେ ବୁଲିବା ପାଇଁ ଅଜବ ବାହାନା; ମୁହଁରେ ବ୍ରଣ ହୋଇଛି ପାସ୍ ଦରକାର

BJD

ପାଟନା, ୦୬/୦୫: କରୋନାର ଦ୍ୱିତୀୟ ଲହର ପୂର୍ବପେକ୍ଷା ତୀବ୍ର ହେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ, କର୍ଣ୍ଣାଟକ, ଓଡିଶା, ବିହାର ଆଦି ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା ହୋଇଛି । ତେବେ ବିହାରରେ ମେ ୧୫ ଯାଏଁ କଡା କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଯଦି କିଛି ଦରକାର ପଡେ ତେବେ ପାସ୍ ର ଆବଶ୍ୟକତା ପଡୁଛି । ହେଲେ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ବାହାରେ ବୁଲିବା ପାଇଁ ନା ନା ପ୍ରକାରର ବାହାନା ଖୋଜୁଛନ୍ତି । ଆଉ ପାସ୍ ଟିଏ ପାଇବା ପାଇଁ ଅଜବ ଗଜବ କାରଣ ଦେଉଛନ୍ତି । ନିକଟରେ ବିହାରର ପୁର୍ଣ୍ଣିମା ଜିଲ୍ଳାର ଜିଲ୍ଲାପାଳ ରାହୁଲ କୁମାର କରିଥିବା ଟୁଇଟ୍ ଭାଇରାଲ୍ ହେବାରେ ଲାଗିଛି ।

ବୁଧବାର ସେ ଟ୍ୱିଟ୍ କରି କହିଛନ୍ତି ଯେ, ଲକଡାଉନ୍ ପାଇଁ ଇ-ପାସ୍ ଜାରି କରିବାକୁ ଲୋକମାନେ ଆପ୍ଲିକେସନ ଦେଉଛନ୍ତି । କିନ୍ତୁ କିଛି ଏପରି ଦରଖାସ୍ତ ଆସେ ଯାହା ତାଜୁବ କରୁଛି । ଏହି ଟ୍ୱିଟ୍ ସହ ସେ ଏକ ଫଟୋ ସେୟାର କରିଛନ୍ତି । ଏହି ଆପ୍ଲିକେସନରେ ବ୍ୟକ୍ତି ଜଣକ ମୁହଁରେ ବ୍ରଣ, ମୁଣ୍ଡରେ ବ୍ରଣ ଆଦି କାରଣ ପାଇଁ ପାସ୍ ମାଗୁଛନ୍ତି । ଏହାର ଉତ୍ତରରେ ଜିଲ୍ଲାପାଳ ଲେଖିଛନ୍ତି ଯେ, ବ୍ରଣ ଭଲ କରିବା ପାଇଁ ଅପେକ୍ଷା କରାଯାଇ ପାରିବ ।
ସୂଚନାଯୋଗ୍ୟ, ବିହାରରେ କରୋନା ସ୍ଥିତି ସଙ୍ଗୀନ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ବିହାରରେ ୧୪୦୦୦ରୁ ଅଧିକ କେସ୍ ଚିହ୍ନଟ ହୋଇଛନ୍ତି । ଏଥିସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

Get real time updates directly on you device, subscribe now.